ବଡ଼ଦାଣ୍ଡକୁ ଆସିବେ ବଡ଼ଠାକୁର

ଆଜ୍ଞାମାଳ ଆସି ସାରିଛି । ରଥ ସହ ପଥ ବି ପ୍ରସ୍ତୁତ ହୋଇସାରିଛି  । ଅପେକ୍ଷା ତ ଆଉ କିଛି ଘଣ୍ଟାର । ରତ୍ନବେଦୀ ରୁ ଜନ୍ମବେଦୀକୁ ରଥରେ ଗଡିଯିବେ ଚତୁର୍ଦ୍ଧା ମୂର୍ତ୍ତି । ଭାବ ବୁଝିବାକୁ ବଡଦାଣ୍ଡକୁ ଆସିବେ ବଡ ଠାକୁର, ଆଉ ଭକ୍ତଙ୍କ ଛଳଛଳ ଆଖିରୁ ବୁଝିନେବେ ଭକ୍ତଙ୍କ ଦୁଃଖ । ମା’ ଲକ୍ଷ୍ମୀଙ୍କୁ ଛାଡ଼ି ବଡ ଭାଇ ବଳଭଦ୍ର ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ବାହାରି ଯିବେ ମାଉସି ଘରକୁ । ଏଥିପାଇଁ ସମସ୍ତେ ଏବେ ପ୍ରସ୍ତୁତ  । ସଙ୍ଖ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେବ ଶ୍ରୀକ୍ଷେତ୍ର ଆଉ କର୍ପୁର, ଚନ୍ଦନ ବାସ୍ନାରେ ମହକି ଉଠିବ ବଡ଼ଦାଣ୍ଡ ।ଆଜ୍ଞା ହଁ ଘୋଷଯାତ୍ରା ପାଇଁ ଏବେ ସମସ୍ତେ ପ୍ରସ୍ତୁତ । ପହଣ୍ଡିରେ ଆସିବେ ଚତୁର୍ଦ୍ଧା ମୂର୍ତ୍ତି ଆଉ ସବୁ ନୀତି କାନ୍ତି ପରେ ଆରମ୍ଭ ହେବ ରଥଟଣା । ମହାପ୍ରଭୁ ତାଙ୍କ ଭାଇ ଭଉଣୀଙ୍କୁ ନେଇ ୯ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଛାଡ଼ିବେ । ରୋଷ କରିବେ ମାଆ ଲକ୍ଷ୍ମୀ ଏମିତି ସବୁ ମାନବୀୟ ଲିଳାରେ ସମ୍ପର୍ଣ୍ଣ ହେବ ରଥଯାତ୍ରା । ଆଉ ଏସବୁ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳ ଚଞ୍ଚଳ  ।

visit us at www.newstodaytv.in

error: Content is protected !!