ରାଜ୍ୟରେ ବଢିଚାଲିଛି ମହିଳାଙ୍କ ଉପରେ ନିର୍ଯାତନା । ନିର୍ଯାତିତାଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅଭିଯୁକ୍ତଙ୍କୁ ରବାରେ ବିଫଳ ହେଉଛି ରାଜ୍ୟ ପୋଲିସ । କିନ୍ତୁ ୧୯ ବର୍ଷ ଧରି ରାଜ୍ୟର ଶାସନ ଭାର ନେଇଥିବା ବିଜେଡି ସରାକର ମହିଳାଙ୍କୁ ସମ୍ମାନ ଦେଉଥିବା କହି ଡେଙ୍ଗୁରା ପିଟୁଛି । ରାଜ୍ୟସଭାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ନବୀନ ସରକାର ବାଃବାଃ ନେଉଛନ୍ତି । କିନ୍ତୁ ଦୁଷ୍କର୍ମ, ନିର୍ଯାତନା ଭଳି ମହିଳା ହିଂସାର ସଂଖ୍ୟା କମିବା ପରିବର୍ତ୍ତେ ହୁ ହୁ ହୋଇ ବଢିଚାଲିଛି । ତେବେ ଆସନ୍ତା ନିର୍ବାଚନରେ ଏହିସବୁ ମହିଳା ନିର୍ଯାତନାର କରୁଣ କାହାଣୀ ୧୯ ବର୍ଷର ସତ୍ତାକୁ ଗାଦିଚ୍ୟୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଜାନୁଆରୀ ୨୦୧୮ରୁ ୨୯ ମାର୍ଚ୍ଚ ୨୦୧୯ ମଧ୍ୟରେ ରାଜ୍ୟରେ ଘଟିଥିବା ଦୁଷ୍କର୍ମ ଘଟଣାଗୁଡ଼ିକ ମଧ୍ୟରୁ ଯେଉଁସବୁ ଗଣମାଧ୍ୟମରେ ଆସିପାରିଥିଲା ତାର ସଂଖ୍ୟା ୬୯ । ତେବେ ଯେଉଁସବୁ ସମାଜର ଆଢୁଆଳରେ ରହିଯାଉଛି ତା’ର ହିସାବ ଜଣାନାହିଁ । କିନ୍ତୁ ଯେତେ ଘଟଣା ସାମ୍ନାକୁ ଆସୁଛି ସେଥିରେ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏଭଳି ଆମେ କହୁନୁ ତଳେ ଥିବା ଏହି ରିପୋର୍ଟରୁ ଆପଣ ଭଲଭାବେ ବୁଝିପାରିବେ ।
୧. ୧୫ ଜାନୁଆରୀ (ଦଶରଥପୁର)- ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ଜଣେ ମହିଳାଙ୍କୁ ବିଜୁ ପକ୍କା ଘର ଦେବା ବାହାନାରେ ପାର୍ଟି ଅଫିସକୁ ଡାକି ଜଣେ ବିଜେଡି କର୍ମୀ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।
୨. ୨୨ ଜାନୁଆରୀ (କୁନ୍ଦୁଲି)- ଗତ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଜଣେ ନବମ ଶ୍ରେଣୀର ଛାତ୍ରୀ ଫଟୋ ଉଠାଇ ଫେରୁଥିବା ସମୟରେ ଦୁର୍ବୁତଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ । ତେବେ ଦୀର୍ଘ ସମୟ ଧରି ନ୍ୟାୟ ନମିଳିବାରୁ ଜାନୁଆରୀ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ ।
୩. ୨୩ ଜାନୁଆରୀ (ବାଣପୁର)- ଦୁଷ୍କର୍ମର ଶିକାର ଦଶମ ଶ୍ରେଣୀର ଜଣେ ନାବାଳିକା ପୁଲିସରେ ଅଭିଯୋଗ ପରେ ମଧ୍ୟ ଉଚିତ ନ୍ୟାୟ ନପାଇ ଗତ ୨୩ ଜାନୁଆରୀରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା ।
୪. ଜାନୁଆରୀ ୨୭ (ବୌଦ୍ଧ)- ବୌଦ୍ଧ ଜିଲ୍ଲାର କଣ୍ଡାମାଳ ବ୍ଲକର କୁଡିବାହାଳି ଗାଁର ଏକ ନବମ ଶ୍ରେଣୀର ଦିବ୍ୟାଙ୍ଗ ଝିଅ ତା ପିସିଙ୍କ ସହ ଶୌଚ କରିବାକୁ ଯାଇଥିବା ବେଳେ ଗାଁର ଦୁଇ ଯୁବକ ନାବାଳିକା ଜଣଙ୍କୁ ଉଠାଇନେଇ ଦୁଷ୍କର୍ମର ଶିକାର ହୋଇଥିଲେ ।
୫. ଉାର୍ଚ୍ଚ ୧୩ (ସାଲେପୁର)- ସାଲେପୁରରେ ଜଣେ ନାବାଳିକାକୁ ଥଣ୍ଡା ପାନୀୟରେ ନିଶା ମିଶାଇ ଦିଆଯାଇ ଛାତ୍ରୀ ଜଣକ ସହ ଦୁଷ୍କର୍ମ କରାଯାଇଥିଲା ଏବଂ ଅଭିଯୁକ୍ତ ଜଣକ ତାହାର ଭିଡ଼ିଓ ରେକର୍ଡ଼ିଂ କରି ବ୍ଲାକମେଲ୍ କରିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିଲେ ।
୬. ମାର୍ଚ୍ଚ ୨୩ (ମୋହନା) – ଗଜପତି ଜିଲ୍ଲା ମୋହନାରେ ଜଣେ ୧୫ ବର୍ଷୀୟ ନାବାଳିକା ତା ପଡ଼ୋଶୀ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା । ଥାନାରେ ବହୁ ବିଳମ୍ବରେ ମାମଲା ରୁଜୁ ହୋଇଥିଲା ।
୭. ଏପ୍ରିଲ ୧୩ (ନୀଳଗିରି) – ବାଲେଶ୍ୱର ନୀଳଗିରିରେ ଜଣେ ୪ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଅଭିଯୁକ୍ତ ଯୁବକ ଚକୋଲେଟର ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା ।
୮. ଏପ୍ରିଲ ୧୩ (ସୋରୋ)- ନୀଳଗିରି ଘଟଣାର ସମାନ ଦିନ ବାଲେଶ୍ୱର ସୋରୋ ଅଂଚଳରେ ସପ୍ତମ ଶ୍ରେଣୀର ଜଣେ ଝିଅ ସ୍ଥାନୀୟ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ।
୯. ଏପ୍ରିଲ ୨୦ (ନୀଳଗିର)- ଏହି ଘଟଣାର ଠିକ ୭ ଦିନ ପରେ ସେହିି ନୀଳଗିରି ଅଂଚଳରେ ୨୦ ତାରିଖ ଦିନ ବିଳମ୍ବିତ ରାତିରେ ତେଣ୍ଡା ଅଂଚଳରେ ଧାନ କ୍ଷେତ ଜଗିବା ଉଦ୍ଦେଶ୍ୟରେ ଜଣେ ମହିଳା ଆଦିବାସୀ ମଞା ଉପରେ ଶୋଇଥିବା ବେଳେ ଜଣେ ଫରେଷ୍ଟ ଗାର୍ଡ ଓ ତାଙ୍କ ସାଥିମାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ ।
୧୦. ଏପ୍ରିଲ ୧୮ (ଠାକୁର ମୁଣ୍ଡା)- ମୟରୁଭଞ ଜିଲ୍ଲା ଠାକୁର ମୁଣ୍ଡା ଠାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇ ମୁମୁର୍ଷ ଅବସ୍ଥାରେ ରାସ୍ତାକଡରେ ଫିଙ୍ଗିଦେଇ ଚାଲିଗଲେ ଦୁଷ୍କର୍ମକାରୀ । ଯାହା ସ୍ଥାନୀୟ ଅଂଚଳରେ ଉତେଜନା ସୃଷ୍ଟି କରିଥିଲା ଏବଂ ଉ ୍ୟକ୍ତ ଲୋକେ ଠାକୁରମୁଣ୍ଡା ଥାନା ଘେରାଉ କରିଥିଲେ ।
୧୧. ଏପ୍ରିଲ ୨୧ (ସାଲେପୁର)- ସାଲେପୁରର ଜଣେ ଛଅ ବର୍ଷର ନାବାଳିକା ଚକୋଲେଟ ଆଣିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲା । ପରେ ପୀଡିତା ଜଣକ ସ୍ଥାନୀୟ ସ୍କୁଲ ପରିସରରୁ ମୁମୁର୍ଷ ଅବସ୍ଥାରେ ମିଳ…ପ୍ରାୟ ସପ୍ତାହରୁ ଉର୍ଧ କଟକ ବଡ ମେଡିକାଲରେ ସଂଘର୍ଷ କରିବା ପରେ ପିଡିତା ଜଣକ ଆଖି ବୁଜିଛନ୍ତି ।
୧୨. ଏପ୍ରିଲ ୨୫ (ଜଗତସିଂହପୁର)- ଜଗତସିଂହପୁର ପୌରାଂଚଳରେ ୧୧ ଓ ୧୪ ବର୍ଷର ଦୁଇ ଜଣ ନାବାଳକ ଜଣେ ପ୍ରଥମ ଶ୍ରେଣୀର ନାବାଳିକାକୁ ଥଣ୍ଡାପାନୀୟ ଦେବା ନାଁରେ ନିକଟରେ ଥିବା ପ୍ରାଥମିକ ସ୍କୁଲକୁ ଡାକି ନେଇ ଦୁଷ୍କର୍ମ କରିଥିଲେ ।
୧୩. ମେ ୭ (ପିପିଲି)- ଆମ୍ବ ଖାଇବାକୁ ଡାକି ନେଇ ଜଣେ ଯୁବକ ୭ ବର୍ଷର ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିଲା ।
୧୪. ମେ ୮ (ବ୍ରହ୍ମଗିରି)- ଚକୋଲେଟ ଓ କିଛି ଖୁଚୁରା ପଇସାର ପ୍ରଲୋଭନ ଦେଖାଇ ୯ ବର୍ଷର ଜଣେ ମାନସିକ ଅନଗ୍ରସର ନାବାଳିକାକୁ ସେହି ଗ୍ରାମର ଜଣେ ବ୍ୟକ୍ତି ଗାଁ ନିକଟସ୍ଥ ଏକ ଜଙ୍ଗଲକୁ ଡାକିନେଇ ଦୁଷ୍କର୍ମ କରିଥିଲା ।
୧୫. ମେ ୧୪ (ରାଉଲକେଲା)- ରାଉଲକେଲା ସେକ୍ଟର-୬ ରେ ରହୁଥିବା ଜଣେ ବିବାହିତା ନାରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଘରେ ସ୍ୱାମୀ ନଥିବା ସମୟରେ ୪ ଜଣ ଅଭିଯୁକ୍ତ ଏହିଭଳି କାଣ୍ଡ ଘଟାଇଛନ୍ତି ।
୧୬. ୦୪ ଜୁନ (ଖଜୁରିପଡା)- କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଂଚଳରେ ଜଣେ ୧୫ ବର୍ଷର ନାବାଳିକା ହାଟରୁ ଫେରୁଥିବା ବେଳେ ୨ ଜଣ ଯୁବକ ଜଙ୍ଗଳକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ।
୧୭. ୧୬ ଜୁନ (ବେତନଟି)- ମୟୁରଭଞ୍ଜ ଜିଲା ବେତନଟି ଅଂଚଳରେ ଜଣେ ୮ ବର୍ଷର ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରାଯାଇଥିଲା ।
୧୮. ୧୬ ଜୁନ (ଘୁ.ଉଦୟଗିରି)- କନ୍ଧମାଳ ଜିଲା ଘୁ.ଉଦୟଗିରିରେ ୧୫ ତାରିଖ ବିଳମ୍ବିତ ରାତିରେ ଜଣେ ମହିଳା ଗୃହରକ୍ଷୀ ନିଜ ଘରେ ଥିବା ବେଳେ ଭାରତୀୟ ସେନା ବିହାର ରେଜିମେଂଟରେ କାର୍ଯ୍ୟରତ ଯବାନ ଟୁଲୁ ପ୍ରଧାନ ଘରେ ପଶି ମାଡ ମାରିବା ସହ ବଳାତ୍କାର କରିଥିଲୋ ।
୧୯. ୧୯ ଜୁନ (କୋରେଇ)- ଯାଜପୁର ଜିଲା କୋରେଇ ବ୍ଲକରେ ଜଣେ ନାବାଳିକାକୁ ଦୁର୍ବୃତମାନେ ଦୁଷ୍କର୍ମ ପରେ ହତ୍ୟ କରି କୋରେଇ ଥାନା ନିକଟସ୍ଥ ପୋଖରୀରେ ଫିଙ୍ଗିଦେଇଥିଲେ ।
୨୦. ୧୯ ଜୁନ( ବିଂଝାରପୁର)- ଯାଜପୁର ଜିଲା ବିଂଝାରପୁରରେ ଜଣେ ଯୁବତୀଙ୍କୁ ଗୁରିଆ ସେଠୀ ନାମକ ଯୁବକ ଯାଜପୁର ଟାଉନ ଡାକି ନେଇ ତାଙ୍କ ସାଙ୍ଗ ମାନଙ୍କ ସହ ନିଶା ଔଷଧ ଦେଇ ଦୁଷ୍କର୍ମ କରିଥିଲେ ।
୨୧. ୨୬ ଜୁନ(ବେତନଟି)- ମୟୁରଭଞ୍ଜ ଜିଲା ଖଡିଶାଳ କଲୋନି ସାହିରେ ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ଦ୍ୱାରା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା
୨୨. ୨୬ ଜୁନ (ଛେଣ୍ଡିପଦା)- ଅନୁଗୁଳ ଜିଲା ଛେଣ୍ଡିପଦାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ସେହି ଭିଡିଓକୁ ଭାଇରାଲ କରାଯାଇଥିଲା ।
୨୩. ୦୬ ଜୁଲାଇ (ବାଲେଶ୍ୱର)- ବାଲେଶ୍ୱର ଜିଲା ବସ୍ତା ଠାରେ ଜଣେ ୧୨ ବର୍ଷର ନାବାଳିକା ଦୁଷ୍କର୍ମ ପରେ ଅନ୍ତସତ୍ୱା ହୋଇଥିଲେ । ପ୍ରଥମେ ପୋଲିସ ଧମକଚମକ ଦେଇ ଯୁବତୀଙ୍କ ବୟାନ ବଦଳାଇଦେଇଥିଲେ ଏବଂ ଡାକ୍ତରିମାଇନା ନକରିବାକୁ ମଧ୍ୟ ପୀଡିତାକୁ ବାଧ୍ୟ କରାଇଥିଲେ । ପୀଡିତା ଅନ୍ତସତ୍ୱା ଥିବା ଜଣାପଡିବା ପରେ ନାରୀସଂଙ୍ଘ ଘଟଣାର ପୁନଃ ତଦନ୍ତ ପାଇଁ ଦାବି କରିଥିଲେ ଏବଂ ନ୍ୟାୟ ନମିଳିଲେ ଆତ୍ମହୂତି ଦେବେ ବୋଲି ନାବାଳଇକା ଜଣକ ଚେତାବନୀ ଦେଇଥିଲେ ।
୨୪. ୩୦ ଜୁଲାଇ (ଧାମନଗର)- ଭଦ୍ରକ ଜିଲା ଧାମନଗର ଥାନା ଦଇତାପୁର ପଂଚାୟତ ତାଳସିଠା ଅଂଚଳରେ ମାଆକୁ ଶିଳପୁଆରେ ଛେତି ମାରିବା ସହ ୧୬ ବର୍ଷର ଝିଅକୁ ବଳାତ୍କାର ହୋଇଥିଲା ।
୨୫. ୦୧ ଅଗଷ୍ଟ (ରାଉରକେଲା)- ରାଉରକେଲା ବନ୍ଧମୁଣ୍ଡା-ବିଶ୍ରା ରାସ୍ତା କଡରେ ଜଣେ ମାତାଲ ଯୁବକ ଜଣେ ମାନସିକ ଭିନ୍ନକ୍ଷମଙ୍କୁ ଦୁଷ୍କର୍ମ କରିଥିଲା । ପୁଲିସ ଏଭଳି ସମ୍ବେଦନଶୀଳ ଅଘଟଣକୁ ହାଲୁକା ଭାବେ ନେଇ ପୀଡିତାଙ୍କୁ ସେଠାରୁ ଛାଡିଦେଇ ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ନେଇଯାଇ କିଛି ସମୟ ପରେ ଛାଡିଦେଇଥିଲା ।
୨୬. ୧୦ ଅଗଷ୍ଟ (ରାଉରକେଲା)- ରାଉରକେଲା ବିଶ୍ରା ଥାନା ରତାଖଣ୍ଡି ଗାଁ ଜଙ୍ଗଲରେ ଜଣେ ଆଦିବାସୀ ନାବାଳିକାକୁ ୪ ଜଣ ସାଙ୍ଗ ଗଣଦୁଷ୍କର୍ମ କରିଥିଲେ । ପୀଡିତାଙ୍କୁ ଏତଲା ଦେବା ପାଇଁ ଥାନାରୁ ଥାନା ଦୈ÷ାଡିବାକୁ ପଡିଥିଲା
୨୭. ୧୧ ଅଗଷ୍ଟ (କୋରେଇ)- ଯାଜପୁର ଜିଲା କୋରେଇଠାରେ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁବୃତମାନେ ପାଇଟି ଦେବାକୁ କହି ରାତିସାରା ଗଣଦୁଷ୍କର୍ମ କରିଥିଲେ ଓ ତାକୁ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ ।
୨୮. ୨୨ ଅଗଷ୍ଟ (ବ୍ୟାସନଗର)- ଯାଜପୁର ଜିଲ୍ଲା ବ୍ୟାସନଗରରେ ଜଣେ ୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ ।
୨୯. ୨୩ ଅଗଷ୍ଟ (କୁଆଖିଆ)- ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଂଚଳରେ ଜଣେ ଯୁବତୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ କରାଯାଇଥିଲା.ମାମଲାର ରଫାଦଫା ପାଇଁ ଗାଁରେ କଙ୍ଗାରୁ କୋର୍ଟ ବସାଇ ଯୁବତୀଙ୍କ ବାପା ଉପରେ ଚାପ ପକାଯଇଥିବା ଚର୍ଚା ହୋଇଥିଲା । ଏମିତିକି ପ୍ରଭାବଶାଳୀ ବ୍ୟକ୍ତିମାନେ ପୀଡିତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।
୩୦. ୦୯ ସେପ୍ଟେମ୍ବର (ବେତନଟି)- ମୟୁରଭଞ୍ଜ ଜିଲା ବେତନଟି ଅନ୍ତର୍ଗତ ବୈ÷ଶିଙ୍ଗା ଥାନା ଅଧୀନ ଟିକାୟତପୁର ତଳସାହିରେ ୧୨ଟା ସମୟରେ ଜଣେ ବିବାହିତା ଆଦିବାସୀ ମହିଳାଙ୍କ ଘରେ ପଶି ୪ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ ।
୩୧. ୨୨ ସେପ୍ଟେମ୍ବର (କୋଟଗଡ)- କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ହାଟପଦା ସାହିରେ ୯ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରି ମୃତ ଦେହକୁ ବିଲରେ ଫିଙ୍ଗିଦେଇଥିଲେ । ସ୍ଥାନୀୟ ଜନସାଧାରଣ ରାସ୍ତାରୋକ କରିଥିଲେ ।
୩୨. ୩୦ ସେପ୍ଟେମ୍ବର (ସିମୁଳିଆ)- ବାଲେଶ୍ୱର ଜିଲା ସିମୁଳିଆଠାରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଲୋକଲଜ୍ଜାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
୩୩. ୧୧ ଅକ୍ଟୋବର (ବୈ÷ଶିଙ୍ଗା)- ମୟୁରଭଞ୍ଜ ଜିଲ୍ଲା ବୈ÷ଶିଙ୍ଗା ଥାନାର ବାଘୁଆ ଗ୍ରାମରେ ନବମ ଶ୍ରେଣୀରେ ପଢୁଥିବା ନାବାଳିକା ଶିକାର ହୋଇ ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା ।
୩୪. ୨୫ ଅକ୍ଟୋବର (ଟାଙ୍ଗୀ)- କଟକ ଜିଲା ଟାଙ୍ଗୀ ଅଂଚଳରେ ଦଶହରା ଛୁଟିରେ ଘରକୁ ଆସିଥିବା ପଂଚମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କୁ ୩୦ ବର୍ଷୀୟ ଜଣେ ଯୁବକ ଅପହରଣ କରି ଦୁଷ୍ମର୍ମ କରିଥିଲେ ।
୩୫. ୦୧ ନଭେମ୍ବର(ପୋଲସରା) -ଗଞ୍ଜାମ ଜିଲ୍ଲା ପୋଲସରା ଠାରେ ଘରୁ ଟଙ୍କା ସୁନା ଚୋରି କରିବା ସହ ୮ବର୍ଷର ନାବାଳିକାକୁ ଦୁଇ ଜଣ ଯୁବକ ବିଲକୁ ନେଇ ଗଣଦୁଷ୍କର୍ମ କରିଥିଲେ ।
୩୬. ୦୩ ନଭେମ୍ବର (କରଞ୍ଜିଆ)- ମୟୁରଭଞ୍ଜ କରଞ୍ଜିଆ ଠାରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରୀକୁ ଦୁଷ୍କର୍ମ ହୋଇଥିଲା ।
୩୭. ୦୩ ନଭେମ୍ବର (ବଡସାହି)- ବଡସାହି ଥାନା ଅନ୍ତର୍ଗତ ଟିକାୟତପୁର ଗ୍ରାମରେ ଜଣେ ମହିଲା ଭୋଜି ଖାଇବାକ ଯାଇ ଦୁଷ୍କର୍ମର ଶିକାର ହୋଇଥିଲେ ।
୩୮. ୩୦ ନଭେମ୍ବର (ଢେଙ୍କାନାଳ)- ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ଗାଁରେ ଗୁଡ ନ୍ୟୁଜ ଇଣ୍ଡିଆ ନାମକ ଏକ ଆଶ୍ରୟ ଗୃହରେ ୬ ବର୍ଷ ଧରି କେଳେଙ୍କାରୀ ଚାଲିତିବା ଅଭିଯୋଗ ହୋଇଥିଲା । ଅନୁଷ୍ଠାନର ମୁଖ୍ୟଙ୍କ ନାମରେ ଯୈ÷ାନ ନିର୍ଯାତନାର ଅଭିଯୋଗ କରିଥିଲେ ଦୁଇ ନାବାଳିକା ।
୩୯. ୦୧ ଜାନୁଆରୀ (ଝାରସୁଗୁଡା)- ଝାରସୁଗୁଡାରେ ଜିରୋ ନାଇଟରେ ଜଣେ ମହିଳାକୁ ରାସ୍ତାରୁ ଉଠାଇନେଇ ରାତିସାରା ଗଣଦୁଷ୍କର୍ମ କରିଥିଲେ ।
୪୦. ୦୩ ଜାନୁଆରୀ (ହିନ୍ଦୋଳ)- ଢେଙ୍କାନାଳ ଜିଲା ହିନ୍ଦୋଲ ବ୍ଲକରେ ସପ୍ତମ ଶ୍ରେଣୀ ପଢୁଥିବା ନାବାଳିକାକୁ ଜଣେ ଦୁର୍ବୃତ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ କରାଯାଇଥିଲା ।
୪୧. ୧୦ ଜାନୁଆରୀ (ଗୁଆଲି)- କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଗୁଆଲି ପଂଚାୟତର ନଦିଡିହି ନୂଆଗାଁରେ ୭ ବର୍ଷର ଶିଶୁକନ୍ୟକୁ ଜଣେ ୧୯ ବର୍ଷର ଯୁବକ ଦୁଷ୍କର୍ମ କରିଥିଲା ।
୪୨. ୧୬ ଜାନୁଆରୀ (ବୈଶିଙ୍ଗା)- ମୟୁରଭଞ୍ଜ ଜିଲ୍ଲା ବୈ÷ଶିଙ୍ଗା ଥାନାର ୧୦ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା ।
୪୩. ୧୬ ଜାନୁଆରୀ (ବଡସାହି)-ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଦେଉଳିଆନୂଆସାହି ର ୫ବର୍ଷର ଶିଶୁକନ୍ୟାଟି ଖେଳୁଥିବା ବେଳେ ସେହି ଗ୍ରାମର ୩୫ବର୍ଷର ଯୁବକ ସାଇକେଲରେ ବସାଇ ଜଙ୍ଗଲକୁ ନେଇଯାଇଥିଲେ ସେଠାରେ ଦୁଷ୍ମର୍ମ କରି ଗୁରୁତର ଅବସ୍ଥାରେ ତାଙ୍କୁ ଘରେ ଛାଡି ଫେରାର ହୋଇଯାଇଥିଲେ ।
୪୪. ୧୮ ଜାନୁଆରୀ (ଢେଙ୍କାନାଳ)- ଢେଙ୍କାନାଳ ଜିଲା ସଦର ବ୍ଲକର ଏକ ସେବାଶ୍ରମ ସ୍କୁଲର ଏକ ଅଷ୍ଟମ ଶ୍ରେଣୀ ଛାତ୍ରୀ ୭ମାସ ଗର୍ଭର୍ବତୀ ଥିବା ଜଣାପଡିଥିଲା ।
୪୫. ୧୮ ଜାନୁଆରୀ (କଳାହାଣ୍ଡି)- କଳାହାଣ୍ଡି ନର୍ଲା ନବୋଦୟ ସ୍କୁଲର ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିବା ପରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଥିଲା । ପୀଡିତାଙ୍କ ଅବସ୍ତା ଗୁରୁତର ଥିଲେ ବି ତାକୁ ଡିସଚାର୍ଜ କରାଯାଇ ବାହାରକୁ ପଠାଇ ଦିଆଯାଇଥିଲା । ଏମିତିକି ପୀଡିତାଙ୍କ ଉପରେ ସମସ୍ତ ଦୋଷ ଲଦିବାକୁ ଉଦ୍ୟମ କରିଥିଲେ ।
୪୬. ୧୮ ଜାନୁଆରୀ (ଯାଜପୁର)- ଯାଜପୁର ଜିଲା ଦାନଗାଦି ବ୍ଲକରେ ଜଣେ ଯୁବକ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ନାବାଳିକା ଏକ କନ୍ୟ ସନ୍ତାନ ଜନ୍ମ ଦେଇଥିଲେ ।
୪୭. ୧୮ ଜାନୁଆରୀ (ସମ୍ବଲପୁର)- ସମ୍ବଲପୁର ଜିଲା ମହୁଲପାଲି ଥାନାର ତୋରେଇ ଗାଁରେ ଦୁଇ ଭାଇ ଭାଉଣୀ ମେଳା ଦେଖିବାକୁ ଯାଇ ଫେରିବା ସମୟରେ ୪ ଜଣ ଯୁବକ ୧୫ ବର୍ଷୀୟ ଭଉଣୀକୁ ସାନ ଭାଇ ଆଗରେ ଗଣଦୁଷ୍କର୍ମ କଲେ ।
୪୮. ୧୯ ଜାନୁଆରୀ (ଧର୍ମଗଡ)- କଳାହାଣ୍ଡି ଜିଲା ଧର୍ମଗଡ ଅଂଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇ ଅନ୍ତଃସତ୍ୱା ହୋଇଛନ୍ତି ।
୪୯. ୨୦ ଜାନୁଆରୀ (ଅନୁଗୁଳ)- ଅନୁଗୁଳ ଜିଲା କାଙ୍ଗୁଲା ଅଂଚଲରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ମଶାଣିକୁ ଫିଙ୍ଗି ଦିଆଯାଇଛି ।
୫୦. ୨୧ ଜାନୁଆରୀ (କେନ୍ଦ୍ରାପଡ଼ା) – ପାଟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ୧୦ ଶ୍ରେଣୀ ଛାତ୍ରୀ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ।
୫୧. ୨୨ ଜାନୁଆରୀ (ଘୁ.ଉଦୟଗିରି) -କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ଜଣେ ନାବାଳିକା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତିା
୫୨. ୨୩ ଜାନୁଆରୀ (ନୟାଗଡ) -ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଓ ଗଡିଆ ସାହି ଫାଣ୍ଡି ଇଲାକାର ଜଣେ ନାବାଳିକାକୁ ଜଣେ ସମ୍ପର୍କିୟ ଦାଦା ଦୁଷ୍ମର୍ମ କରିଥିଲେ ।
୫୩. ୨୭ ଜାନୁଆରୀ(ଡୁମୁଡିବନ୍ଧ)-କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଂଚଳର ଜଣେ ନାବାଳିକାକା ଦୁଷ୍କର୍ମର ଶିକାର ହୋଇଥିଲେ l
୫୪. ୨୮ ଜାନୁଆରୀ(ବାଲିଗୁଡା)-କନ୍ଧମାଲ ଜିଲ୍ଲା ବାଲିଗୁଡା ସହରରେ ଦୁଇ ଜଣ ଯୁବକ ସ୍ୱାମୀକୁ ହତ୍ୟା କରିବାପରେ ପତ୍ନୀ ଓ ପଡୋଶୀ ବିଧବାଙ୍କୁ ଦୁଷ୍କର୍ମ କରିଥିଲେ ।
୫୫. ୨୮ ଜାନୁଆରୀ(ଝରିଗାଁ)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାଦମ୍ବାଲୀ ଗ୍ରାମର ଜଣେ ବିବାହିତ ଯୁବକଙ୍କ ଦ୍ୱାରା ପ୍ରତାରିତ ଜଣେ ଭିନ୍ନକ୍ଷମ ନାବାଳିକା ମାତୃତ୍ୱ ଲାଭ କରିଛନ୍ତିା
୫୬. ୨୮ ଜାନୁଆରୀ (କରଞ୍ଜିଆ)- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତରର୍ଗତ ବଡଗାଁ ପଂଚାୟତ ହଳଦିଆ ଅଂଚଳର ଜଣେ ୧୩ ବର୍ଷର ସପ୍ତମ ଶ୍ରେଣୀ ଛାତ୍ରୀ ୮ ମାସର ଗର୍ଭର୍ବତୀ ହୋଇଛନ୍ତି
୫୭. ୨୯ ଜାନୁଆରୀ(ଡୁମ୍ବାଗୁଡା)- କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ଗ୍ରାମର ଜଣେ ବିବାହିତ ଯୁବକ ସେହି ଅଂଚଳର ଜଣେ ବାପା ମା ଛେଉଣ୍ଡ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ପରେ ,ନାବାଳିକା ଜଣକ ୬ ମାସର ଗର୍ଭବତୀ ହୋଇଥିଲେ ।
୫୮. ୦୬ ଫେବୃଆରୀ(ମୋହନପୁର)-ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତଗର୍ତ ମୋହନପୁର ଆସ୍ରମ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି ô
୫୯. ୦୭ ଫେବୃଆରୀ(ହରଭଙ୍ଗା)- ବୈ÷ାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଜଣେ ଦଶମ ଶ୍ରେଣୀ ଛାତ୍ରା ଏକ ଶିଶୁ ପିତ୍ରକୁ ଦେଇଛନ୍ତି
୬୦. ୦୯ଫେବୃଆରୀ (ଉଦଳା)- ମୟୁରଭଞ୍ଜ ଜିଲ୍ଲା ଉଦଲା ଥାନାର ଏକ ଛାତ୍ରୀ ଆଶ୍ରମ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ ୪ ମାସର ଗର୍ଭବତୀ ଥିବା ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣା ପଡିଥିଲା l
୬୧. ୦୯ ଫେବୃଆରୀ (ଘାଟକୁଆଁରି)- ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଘାଟକୁଆଁରି ଅଂଚଳରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀକୁ ଗାଧୋଇବାକୁ ଡାକିନେଇ ଦୁଷ୍କର୍ମ କରିଥିଲେ ।
୬୨. ୧୯ ଫେବୃଆରୀ (କଟକ)-କଟକ ଜିଲ୍ଲା ମଙ୍ଗଳାବାଗ ଅଂଚଳରେ ଜଣେ ୧୫ ବର୍ଷିୟ ନାବାଳିକାକୁ ବିକ୍ରି ପରେ ୫ ଜଣ ଯୁବକ ୩ ଦିନ ଧରି ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ ନାବାଳିକା ଜଣକ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଂଚଳର ଅଟନ୍ତି ।
୬୩. ୦୨ ମାର୍ଚ୍ଚ (ଗଣିଆ)- ନୟାଗଡ ଗଣିଆ ବ୍ଲକ ଛାମୁଣ୍ଡିଆ ପଂଚାୟତର ଅଷ୍ମମ ଶ୍ରେଣୀ ଛାତ୍ରୀକୁ ଫଟୋ ଉଠାଇବା
୬୪. ବାହାନାରେ ତାଙ୍କ ପଡୋଶୀ ଘର ଦାଦା ପୁଅ ଭାଇ ବାହାରକୁ ଡାକିନେଇ ଦୁଷ୍ମର୍ମ କରିଥିଲେ ।
୬୫. ୦୫ ମାର୍ଚ୍ଚ(ବିଶିପଡା)- କନ୍ଧମାଲ ଜିଲ୍ଲା ବିଶିପଡା ଅଂଚଳରେ ଜଣେ ଦିବ୍ୟାଙ୍କ ନାବାଳିକାକୁ ଚକଲେଟ ଦେଇ ଦୁଷ୍କର୍ମ କରିଥିଲେ ।
୬୬. ୦୫ ମାର୍ଚ୍ଚ(ଦଶିପୁର)-କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତଗର୍ତ ଦଶିପୁର ଗ୍ରାମରେ ଜଣେ ଯୁବକ ଜଣେ ଉଚ୍ଚଶିକ୍ଷିତା ଯୁବତୀଙ୍କୁ ବିଇଡି ସାର୍ଟିଫିକେଟ କରାଇ ଦେବା ଆଳରେ ବାରମ୍ବାର ଦୁଷ୍କର୍ମ କରିଥିଲେ ।
୬୭. ୧୪ ମାର୍ଚ୍ଚ(ନିମାପଡା)-ପୁରୀ ଜିଲ୍ଲା ନାମାପଡା ଥାନା ଛଣିଜଙ୍ଗ ପଂଚାୟତର ଜଅଁରା ପ୍ରାଥମିକ ବିଦ୍ୟାଳୟରେ ଜଣେ ପଂଚମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଷ୍କର୍ମ କରୁଥିଲେ ।
୬୮. ୨୮ ମାର୍ଚ୍ଚ(ରା.ଉଦୟଗିରି)-ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକର ଦୁର୍ଗମ ପଂଚାୟତ ପୁରୁଣାପାଣିର ଝାଟିକାବାଡରେ ଜଣେ ଅନାଥ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା l
୬୯. ୨୯ ମାର୍ଚ୍ଚ (ତେଲକୋଇ) –କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଂଚ୍ଛବାହାଳର ଜଣେ ଜୁଆ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ l