ବଲିଉଡ୍‌ ଅଭିନେତ୍ରୀ ବନିବାକୁ ଆସିଥିବା ମଡେଲ ସହିତ ଗଣଦୁଷ୍କର୍ମ

ମୁମ୍ବାଇ: ଉତ୍ତରାଖଣ୍ଡରୁ ମୁମ୍ବାଇ ଅଭିନେତ୍ରୀ ବନିବାର ସ୍ୱପ୍ନ ନେଇ ଆସିଥିବା ଯୁବତୀ ଜଣେ ପ୍ରଯୋଜକଙ୍କ ଉପରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୨୨ବର୍ଷର ଏହି ଯୁବତୀ ଅଭିଯୋଗ କ୍ରମେ ମୁମ୍ବାଇ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି।

ପୀଡିତା ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ, ସେ ତାର ଜଣେ ସାଙ୍ଗ ଜରିଆରେ କରଣ ଓ୍ଵାହି ଓ ମୁନ୍ଦ୍ରା ନଗର ସହିତ ସମ୍ପର୍କରେ ଆସିଥିଲା। ପୀଡିତାଙ୍କ ମୁତାବକ କରଣା ଓ୍ଵାହିକୁ ଏକ ନୂଆ ଚେହେରା ଅନେ୍ଵଷଣ ଥିଲା। ଏହି କାରଣରୁ କରଣ ଯୁବତୀଙ୍କୁ ମୁମ୍ବାଇ ଚାରକୋପ ଅଞ୍ଚଳସ୍ଥିତ ନିଜ ଘରକୁ ଡକାଇ ତାଙ୍କ ସାଥୀମାନଙ୍କ ସହ ମିଶି ଗଣ ଦୁଷ୍କର୍ମ କରିଥିଲେ।

ପୀଡିତାଙ୍କ ମୁତାବକ ସେ ତାଙ୍କୁ କୋଲଡ ଡିଙ୍କ୍‌ ପିଇବାକୁ ଦେଇଥିଲେ। କୋଲଡ ଡିଙ୍କ୍‌ ପିଇବା ପରେ ସେ ଅଚେତ ହୋଇ ପଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ଯୁବତୀଙ୍କ ସହିତ ପ୍ରଯୋଜକ ମିଶି ଗଣଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଚେତା ଆସିବା ପରେ ସେ ତାର ସାଙ୍ଗ ସହ ଚାରକୋପ ପୁଲିସ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପୀଡିତା କରଣ ଓ୍ଵାହି ଓ ନଗର ସହିତ ଥିବା ନଜର ଆସିଥିଲା। ଏହାପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲା।

error: Content is protected !!