ନୂଆ ଦିଲ୍ଲୀ : ବିଜେପିରେ ମିଶିଲେ ସମାଜବାଦୀ ପାର୍ଟି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ଜୟାପ୍ରଦା। ନୂଆ ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନରୁ ସେ ନିର୍ବାଚନ ଲଢିବା ସମ୍ଭାବନା ରହିଛି। ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କ ବିରୋଧରେ ସେ ବିଜେପି ପକ୍ଷରୁ ଲଢିବେ। ତେବେ ଏନେଇ ବିଜେପି ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପୂର୍ବରୁ ୨୦୦୪ ଏବଂ ୨୦୦୯ ମସିହାରେ ସେ ରାମପୁର ଲୋକସଭା ଆସନରୁ ଲଢି ବିଜୟୀ ହୋଇଥିଲେ।