ମୁମ୍ବାଇ: ଅଭିନେତ୍ରୀ ଏବଂ ମଡେଲ୍ ପୁନମ୍ ପାଣ୍ଡେ ଗ୍ଲାମର ଇଣ୍ଡଷ୍ଟ୍ରିରେ ଭାରତୀୟ କ୍ରିକେଟ ଫଳରେ ଖୁବ୍ ଲୋକପ୍ରିୟ ହୋଇଥିଲେ। ପୁନମ୍ ପାଣ୍ଡେ ୨୦୧୧ ବିଶ୍ବ କପରେ ଏହା କହି ହଇଚଇ ସୃଷ୍ଟି କରିଥିଲେ ଯେ ଯଦି ଇଣ୍ଡିଆ ଟିମ୍ ଜିତିଗଲା ତେବେ ସେ ସମ୍ପୂର୍ଣ୍ଣ ବିବସ୍ତ୍ର ହେବେ। ଏହି ବୟାନ ପରେ ପୁନମଙ୍କୁ କେହି ଭୁଲି ପାରିନାହାନ୍ତି। କିନ୍ତୁ ସେ କହିଥିବା କଥା ରଖିନଥିଲେ। କିନ୍ତୁ ଏବେ ୨୦୧୯ରେ ପୁନମ ଇଣ୍ଡିଆର ପ୍ରତ୍ୟେକ ବିଜୟ ଉପଭୋଗ କରୁଛନ୍ତି। ଇଣ୍ଡିଆ ସେମିଫାଇନାଲ ଯିବା ପରେ ପୁନମ୍ ନିଜର ଏକ ଫଟୋ ସେୟାର କରିଛନ୍ତି ଯାହା ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।ଏହି ନୂଆ ଫଟୋରେ ସେ ବୋଲ୍ଡ ଅନ୍ଦାଜରେ ଦେଖାଯାଇଥିଲେ। ପୁନମ ପାଣ୍ଡେ ଇଣ୍ଡିଆ ଏବଂ ଓ୍ବେଷ୍ଟଇଣ୍ଡିଜ ମ୍ୟାଚ ପରେ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ ଅତ୍ୟନ୍ତ ବୋଲ୍ଡ ଏବଂ ବିନ୍ଦାସ ନଜର ଆସିଥିଲେ। ଏହାର ପ୍ରମାଣ ଆପଣଙ୍କୁ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟରେ ଦେଖିବାକୁ ମିଳିବ।ବିଶ୍ବକପ୍ ଆସିଲେ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି।