Breaking NewsCrimeState

ବୋମାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ: ଆକ୍ରମଣରେ ଜଣେ ଗୁରୁତର

ବୋମାମାଡ଼ କରି ଲୁଟ୍।  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡ଼ଇାପାଲି-ଗୋବିନ୍ଦପୁର ରାସ୍ତାରେ ଏହି ଲୁଟ୍ କରିଛନ୍ତି ଦୁର୍ବୃତ୍ତ।  ଘରୋଇ କମ୍ପାନି କର୍ମଚାରୀମାନେ ଟଙ୍କା ନେଇ ଆସୁଥିବା ବେଳେ ୩ଟି ମୋଟର ସାଇକଲରେ ଆସି ବୋମାମାଡ଼ କରିଥିଲେ ୭ ଜଣ ଦୁର୍ବୃତ୍ତ।ଏହା ପରେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସେମାନେ। ବୋମାମାଡ଼ରେ ଡ୍ରାଇଭର ଗୁରୁତର ହୋଇଛନ୍ତି।  ତାଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଏତଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି ।

Related Articles

error: Content is protected !!
Close