ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀ ପତ୍ର ନାକଚ କରିବା ଲାଗି ଏଡିଏମଙ୍କ ନିକଟରେ ଦାବି କରିଛି ବିଜେପି।

ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀ ପତ୍ର ନାକଚ କରିବା ଲାଗି ଏଡିଏମଙ୍କ ନିକଟରେ ଦାବି କରିଛି ବିଜେପି।  ଅନନ୍ତ ବିଡିଏ ଅଧ୍ୟକ୍ଷ ଭଳି ଲାଭଜନକ ସଂସ୍ଥାରୁ ଇସ୍ତଫା ନଦେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଯାହାକି ଆଇନ୍‌ ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ ଆଣିଛି।  ବିଜେପିର ଭୁବନେଶ୍ୱର-ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଭୁବନେଶ୍ୱର ଏଡିଏମ୍‌ଙ୍କ କାର୍ଯ୍ୟାଳୟକୁ ଯାଇ ଏବାବଦରେ ଅଭିଯୋଗ କରିଥିଲେ।

ସେପଟେ ଅନନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଡିଏ ଅଧ୍ୟକ୍ଷ ପଦରୁ ସେ ୨ ଏପ୍ରିଲ୍ ୨୦୧୯ ରୁ ଇସ୍ତଫା ଦେଇସାରିଛନ୍ତି। ୨୦୧୯ ଏପ୍ରିଲ ୩ରେ ଏହା ଗୃହୀତ ହୋଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।

error: Content is protected !!