ମଝି ଆକାଶରେ ଯୁବକଙ୍କ ଉତ୍ପାତ : ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ) : ଜଣେ ମାନସିକ ବିକୃତ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ରବିବାର ସକାଳେ ଏକ ଇଣ୍ଡିଗୋ ବିମାନ (୬ ଇ ୪୬୨) ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଯାତ୍ରୀ ଜଣକ ହେଲେ ଇର୍ସାଦ ଅଲ୍ଲୀ(୨୦)। ବିମାନଟି ହାଇଦ୍ରାବାଦରୁ ଗୌହାଟୀ ଯାଉଥିବାବେଳେ ମଝି ଆକାଶରେ ଇର୍ସାଦ ସିଟ୍‌ ବେଲ୍ଟ କାଢ଼ିବା ସହ ବିମାନର ଦ୍ୱାର ଖୋଲିବା ପାଇଁ ଚେଷ୍ଟା କରିଥିଲେ। ଫଳରେ ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଇର୍ସାଦଙ୍କ ସହ ତାଙ୍କର ଜଣେ ବନ୍ଧୁ ଯାତ୍ରା କରୁଥିଲେ।

ତାଙ୍କୁ ପଚରାଯିବାରୁ ସେ ଘରକୁ ଯିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ବାଧ୍ୟ ହୋଇ ବିମାନଟିକୁ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଇର୍ସାଦଙ୍କୁ ଏୟାରପୋର୍ଟ ପୋଲିସ ଜିମା ଦେବା ସହ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ବିମାନଟି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି।

error: Content is protected !!