ମାନ୍ୟବର ହାଇକୋର୍ଟଙ୍କ ଆଦେଶ କ୍ରମେ ରାଜ୍ୟ ଆଇନଜୀବୀ ପରିଷଦର ୧୮|୦୩|୨୦୧୯ ଚିଠି ମାଧ୍ୟମରେ ୩0|୦୩|୨୦୧୯ ରେ ନିର୍ବାଚନ କରାବାକୁ ଦେଇଥିବା ନିର୍ଦେଶକୁ କଟକ ବାର୍ ଆସୋସିଏସନ୍ ର କର୍ମକର୍ତ୍ତାମାନେ ଅବଜ୍ଞାକରି କୌଣସି ପଦେଖପ ନନେବାରୁ, ଆଜି ୨୫|୦୩|୨୦୧୯ରେ କଟକ ବାର୍ ଆସୋସିଏସନ୍ ର ବରିଷ୍ଠସଦସ୍ୟମାନଙ୍କ ଦ୍ବାରା ଏକ ଜରୁରୀ କାଳୀନ ସାଧାରଣ ବୈଠକ ଡ଼କାଯାଇ ସର୍ବସମ୍ମତ୍ତି କ୍ରମେ ବରିଷ୍ଠ ସଦସ୍ୟ ଆଇନଜୀବୀ ରାମକୃଷ୍ଣ ରଥଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଗଲା |
ଶ୍ରୀଯୁକ୍ତ ରଥଙ୍କୁ ଆସନ୍ତା ୩୦|୦୩|୨୦୧୯ ତାରିଖରେ ନିର୍ବାଚନ କରାଇବାକୁ ସର୍ବସମ୍ମତ୍ତି କ୍ରମେ ଦାୟୀତ୍ବ ଦିଆଗଲା |
କଟକ ବାର୍ ଆସୋସିଏସନ୍ ର ୨୦୦ରୁ ଉର୍ଦ୍ଧ୍ବ ସଦସ୍ୟ ଉକ୍ତ ସାଧାରଣ ବୈଠକରେ ଉପସ୍ଥିତ ରହି ଏହି ନିଷ୍ପତ୍ତିକୁ ସାଧୁବାଦ ଜଣାଇଥିଲେ | ଉକ୍ତନିସ୍ପତ୍ତିକୁ ରାଜ୍ୟ ଆଇନଜୀବୀ ପରିଷଦକୁ ଜଣାଇଦିଆଯଇଛି ଏବଂ ଆବାହକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ପୃଷ୍ଟିଙ୍କୁ ଦନ୍ୟବାଦ ଦିଆଯାଇଥିଲା |
ପ୍ରତାଶଥଉକି, ୧୮|୦୩|୨୦୧୯ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ୩୦|୦୩|୨୦୧୯ ରେ ନିର୍ବାଚନ କରା ନଗଲେ ବାର୍ ଆସୋସିଏସନ୍ ବିରୋଧରେ ଅଦାଲତ ଅବମାନନା ମାମଲା ହେବାସହ ରାଜ୍ୟ ଆଇନଜୀବୀ ପରିଷଦ ପଖ୍ୟରୁ ବାର୍ ଆସୋସିଏସନ୍ ର ଲାଇସେନ୍ସ ରଦ୍ଦ କରାଯିବାର ସମ୍ଭାବନାକୁ ଏଡ଼ାଇଦିଆଯାଇ ନପାରେ ବୋଲି ବରିଷ୍ଠ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ |