ଯୁବତୀଙ୍କ ହାଡ଼ କଙ୍କାଳ ମିଳିବା ଘଟଣା ; ଶବକୁ ଚିହ୍ନଟ କଲେ ପରିବାର ଲୋକେ

ବାରିପଦା ( ମାଣିକଲାଲ୍‌ ପାଣି) : ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ପରେ ହତ୍ୟା କରି ରାସ୍ତା କଡ଼ରେ ଫୋପାଡି ଦୁର୍ବୃତ୍ତ ଫେରାର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ। ଏହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ଜଣେ ଯୁବକ ପ୍ରେମ ସଂପର୍କ ରଖିଥିଲା। ଫେବ୍ରୁଆରୀ ମାସ ୧୬ ତାରଖରେ ଯୁବତୀ ଜଣଙ୍କ ନିଖୋଜ ହେବାପରେ ତାଙ୍କ ପରିବାର ଲୋକ ସିଂଲା ଥାନାରେ ନିଖୋଜ ନେଇ ଏତଲା ଦେବାକୁ ଯାଇଥିଲେ। ହେଲେ ପୁଲିସ ଅଭିଯୋଗ ରଖିନଥିଲା।

ଯୁବତୀଙ୍କୁ ଅପହରଣ ପରେ ହତ୍ୟା କରି ରାସ୍ତା କଡ଼ରେ ଫୋପାଡି ଦେଇଥିବା ସନ୍ଦେହ

ତେବେ ମାର୍ଚ୍ଚ ୨ ତାରିଖରେ ବାରିପଦା ସହର ଗୁଞ୍ଜୁସାହିରୁ ଜଣେ ଯୁବତୀଙ୍କ ହାଡ଼ କଙ୍କାଳ ମିଳିଥିଲା। ସେଠାରୁ ମିଳିଥିବା ବସ୍ତ୍ର, କାନଫୁଲ, ଚପଲ ଦେଖିବାପରେ ତାହା ଯୁବତୀଙ୍କ ଶବ ବୋଲି ପରିବାର ଲୋକ କହିଥିଲେ। ଘଟଣାରେ ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରା ଉଚରା ଚଳାଇଛି। ତେବେ କିଏ ସେହି ଯୁବକ ଓ କାହିଁକି ଏଭଳି ଘଟଣା ଘଟାଇଛି ସେ ନେଇ ପୁଲିସ ଖୋଳତାଡ଼ କରୁଛି। ସେପଟେ ଏହି ଘଟଣାର ତଦନ୍ତ ସହ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ ଲାଗି ଦାବି କରିଛନ୍ତି ପରିବାର ଲୋକ।

error: Content is protected !!