ରଣପୁର ପୋଲିସର ସଫଳତା ଗିରଫ ହେଲେ ଦୁଇ ବ୍ରାଉନ ସୁଗାର ବେପାରୀ

ରଣପୁର, 27/08 : ନୟାଗଡ ଜିଲ୍ଲା ରଣପୁର ମଣିନାଗ ମନ୍ଦିର ନିକଟରୁ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ରଣପୁର ପୋଲିସ । ଗିରଫ ହୋଇଥିବା ବ୍ରାଉନ ସୁଗାର ଦୁଇ ବେପାରୀ ହେଲେ ବସନ୍ତ କୁମାର ପ୍ରଧାନ ଓ ହେମନ୍ତ କୁମାର ପ୍ରଧାନ । ସେମାନଙ୍କ ଠାରୁ ୫ ଗ୍ରାମ ୪୪ ମିଲିଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ ବାଇକ, ୨ଟି ମୋବାଇଲ ସେଟ ଓ ୧୫ ଶହ ନଗଦ ଟଙ୍କା ଜବତ ହୋଇଛି । ଏହି ଚଢ଼ାଉ ନୟାଗଡ ଏସ.ପି. ଶଶୀ ଭୂଷଣ ଶତପଥୀଙ୍କ ନିର୍ଦ୍ଦେଶରେ ରଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଙ୍କ ନେତୃତ୍ୱରେ ଓ ସବ-ଇନସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତିଙ୍କ ସହଯୋଗରେ କରାଯାଇଥିଲା ।ଏ ନେଇ ନୟାଗଡ ଏସ.ପି. ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସମ୍ମିଳନୀରେ ରଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଓ ସବ-ଇନସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ଉପସ୍ଥିତ ଥିଲେ । ବ୍ରାଉନ ସୁଗାର ବେପାରୀ ଦୁଇ ଜଣଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି l ସୂଚନା ଥାଉ କି ଗତ ୧ ସପ୍ତାହ ତଳେ 6 ଜଣଙ୍କୁ ବ୍ରାଉନ ସୁଗାର ବେପାର କରୁଥିବା ଅଭିଯୋଗରେ ଧରିଥିଲା ରଣପୁର ପୋଲିସ । ଏହି ସଫଳତା ପାଇଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଓ ସବ- ଇନସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତିଙ୍କୁ ସାଧାରଣ ଲୋକେ ଖୁବ ପ୍ରଂଶସା କରିଛନ୍ତି ।

ରଣପୁରରୁ ରଂଜିତ ସାମନ୍ତରାୟ

x

COVID-19

India
Confirmed: 9,222,216Deaths: 134,699
error: Content is protected !!