୧-ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ, ରଞ୍ଜନ ଗୋଗଇ କହିଲେ ବଡ଼ ଷଡ଼ଯନ୍ତ୍ର। ପ୍ରଧାନ ବିଚାରପତିଙ୍କୁ ବାର କାଉନସିଲିର ସମର୍ଥନ।
୨-ବେଦ ପ୍ରକାଶଙ୍କ ପରଲୋକରେ ପାଟକୁରା ନିର୍ବାଚନ ରହିବ ସ୍ଥଗିତ, ହେଲେ ପ୍ରଭାବିତ ହେବନି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ।
୩-ବେଦ ପ୍ରକାଶଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ।
୪-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ଯର ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା।୨୩ରୁ ଖରା ବଢିବ।
୫-ଆଉ ଦେଖିପାରିବେନି ନମୋଙ୍କ କାହାଣୀ, ନିର୍ବାଚନ କମିଶନ ଲଗାଇଲେ ମୋଦିଙ୍କ ୱେବସିରିଜ୍ ଉପରେ ରୋକ୍।
୬-କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ପବ୍ଲିକ ରିଲେସନ ସମିଟ। ଶୀର୍ଷକ ରହିଛି ଟେଲିଂ ୟୋଅର ୱନ ଷ୍ଟୋରୀ ଇନ ଏ ଡାଇନାମିକ ଓ୍ଵାର୍ଲଡ
୭-କେନ୍ଦୁଝର ଆସନରେ ଚାଲିଛି ଜୋରଦାର ପ୍ରଚାର, ବିଜେଡି ସାଂସଦ ପ୍ରାର୍ଥିନୀ ଚନ୍ଦ୍ରାଣୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଧାୟକ ସନା ମହାକୁଡ।
୮- ଏକାମ୍ର ଭୁବନେଶ୍ୱର ବିଧାନସଭା ପ୍ରତ୍ଯାଶିଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଏକାମ୍ର ଜନଜାଗରଣ ମଞ୍ଚର ମୁଖପାତ୍ର ହିମାଂଶୁ ହୋତା।
୯-ଅସୁରେଶ୍ବର:ରଘୁନାଥଜୀଉଙ୍କ ଦଣ୍ଡଯାତ୍ରାରେ ଅଘଟଣ । ବାଣ ବିସ୍ଫୋରଣରେ ୩ଆହତ।
୧୦-ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନ୍ରେ ଝାଳ ବୁହାଉଛନ୍ତି ସେମାନଙ୍କ ପତ୍ନୀ:
ସମ୍ବଲପୁର ଲୋକସଭା:
ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ।
ପାରାଦୀପ:ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ପାଇଁ ପତ୍ନୀ ଗୀତାଞ୍ଜଳି
କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲଙ୍କ ପାଇଁ ତାଙ୍କ ପତ୍ନୀ ମୋନିଦୀପା
ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କ ପାଇଁ ତାଙ୍କ ପତ୍ନୀ ସୁଶ୍ରୀତା ।
୧୧-୨୦୧୯ରେ କେନ୍ଦ୍ରରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ। ଆଞ୍ଚଳିକ ଦଳ ହେବ କିଙ୍ଗ ମେକର: ନବୀନ
୧୨-ଇଞ୍ଜିନ୍ ରାଜନୀତି, ନବୀନଙ୍କୁ ଜବାବ ଦେଲା ବିଜେପି, ଲେଖାଶ୍ରୀ କହିଲେ ଦଦରା ଇଞ୍ଜିନ୍ କୁ ଠେଲି ଚଲାଉଛନ୍ତି ତାମିଲ୍ ଇଞ୍ଜିନ୍ !
୧୩-ବୀର ଅଭିନନ୍ଦନଙ୍କୁ ‘ବୀର ଚକ୍ର’ ପାଇଁ ସୁପାରିସ କଲା ବାୟୁସେନା।
୧୪-ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର।