ରାଜନୈତିକ ଶତ୍ରୁତାରୁ ବୋମାମାଡ଼, ୭ ଆହତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ପୁରୀ :  ରାଜନୈତିକ ଶତ୍ରୁତାରୁ ବୋମାମାଡ଼। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ କହ୍ନେଇପୁରରେ ଗାଁରେ ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଘଟି ବୋମାମାଡ଼ ହୋଇଥିବା ଜଣାପଡିଛି।

ଏଥିରେ ୭ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାଜନୈତିକ ଶତ୍ରୁତାକୁ ନେଇ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇ ୨ ଜଣ ଆହତ ହୋଇଥିଲେ।ଏହାପରେ ଆଜି ସକାଳେ ଘଟଣାକୁ ନେଇ ପୁଣିଥରେ ଉତ୍ତେଜନା ଦେଖା ଦେଇ ୫ଟି ବୋମାମାଡ଼ ହୋଇଥିଲା। ବୋମାମାଡ଼ରେ ଉଭୟ ଗୋଷ୍ଠୀର ୭ ଜଣ ଆହତ ହୋଇଛନ୍ତି। Chinamaya

error: Content is protected !!