ଭୁବନେଶ୍ୱର : ପୁଲିସ ମାଗୁଛି ସୁରକ୍ଷା। ଦିନକୁ ଦିନ ସେମାନଙ୍କ ଉପରେ ଆକ୍ରମଣ ବଢୁଥିବା ଅଭିଯୋଗ କରି ସୁରକ୍ଷା ପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଛି ପୁଲିସ ଅଧିକାରୀ ସଂଘ।
ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ବାଲିଆପାଳରେ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ସଂଘ କହିଛି ଯେ, ପୁଲିସଙ୍କ ସୁରକ୍ଷା ପାଇଁ ଏକ କଡ଼ା ଆଇନ ଦରକାର। ତାଛଡ଼ା ତଦନ୍ତ ଓ ଆଇନ ଶୃଙ୍ଖଳା ପାଇଁ ଅଲଗା ଅଲଗା ଭାବେ ପୁଲିସ କର୍ମଚାରୀ ନିଯୁକ୍ତ କରାଯାଉ। ଖାଲି ପଡ଼ିଥିବା ପଦବୀକୁ ତୁରନ୍ତ ପୂରଣ କରାଯାଉ ବୋଲି ମଧ୍ୟ ଦାବି କରିଛି ସଂଘ।