ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ମୋଦି

ଜୟପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଜୟପୁର ଗସ୍ତରେ ଆସି ନିର୍ବାଚନୀ ସଭାରେ ନାଁ ନନେଇ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏଥର  ବେଶ୍‌ ଶାଣିତ ଥିଲା ମୋଦିଙ୍କ ସ୍ୱର। ଚିଟ୍‌ଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

error: Content is protected !!