ରେକର୍ଡ଼ ଭାଙ୍ଗୁଛି କରୋନା ; ୨୪ ଘଣ୍ଟାରେ ୯୭ ହଜାର ୮୯୪ ଆକ୍ରାନ୍ତ ଚିହ୍ନଟ ; ୧୧୩୨ ମୃତ

ନୂଆଦିଲ୍ଲୀ (NEWS TODAY) : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଦେଶରେ ୨୪ ଘଣ୍ଟାରେ କରୋନା ୯୭ ହଜାର ୮୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩, ୧୯୮ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧ଲକ୍ଷ, ୧୮ ହଜାର ୨୫୪କୁ ବୃଦ୍ଧି ପାଇଛି। ଏହାସହ ମୋଟ ସକ୍ରିୟ କେସ ୧୦,୦୯,୯୭୬ ରହିଥିବା ବେଳେ ସୁସ୍ଥ ହୋଇ ୪୦,୨୫,୦୮୯ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

error: Content is protected !!