ଲାଞ୍ଚ ନେଇ ଆରଆଇ ଧରାପଡ଼ିଗଲେ , ପୋଲିସ ଗିରଫ କରିବାରୁ କାନ୍ଦିଲେ ,କହିଲେ ଆଉ ଭୁଲ କରିବିନି ପ୍ଲିଜ ଛାଡିଦିଅ

ଲାଞ୍ଚ ନେଇ ଧରାପଡ଼ିଛନ୍ତି ରାଜଗାଙ୍ଗପୁର ତହସିଲ ମାଲିଡି ଆରଆଇ ମାନସୀ ସାହୁ । ଗତକାଲି ଜମିପଟ୍ଟା କରେଇଦେବାକୁ କହି ଜଣେ ବ୍ୟକ୍ତି ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତିI ସୂଚନା ଅନୁଯାଇ ସୁଦୀପ ଟପ୍ପୋ ନାମକ ଜଣେ ବ୍ୟକ୍ତି ନିଜର ଜମି କାଗଜ ପତ୍ର କରିବାକୁ ତହସିଲ ଅଫିସ ବାରମ୍ବାର ଦୌଡୁଥିଲେ ମଧ୍ୟ ଆରଆଇ ମାନସୀ ତାଙ୍କ କାମ କରେଇଦେଉନଥିଲେ  ।   8ହଜାର ଟଙ୍କା ଦେଲେ କାମ କରିଦେବେ ବୋଲି କହିବାରୁ ବାଧ୍ୟ ହେଇ ସୁଦୀପ୍ ଭିଜିଲାନ୍ସରେ ଜଣାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାଇ ଭିଜିଲାନ୍ସ ଯୋଜନା ଅନୂଯାଇ ସୂଦୀପ ତହସିଲଦାର ଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନସୀ ଙ୍କୁ ଗିରଫ କରିଥିଲେ ଏବଂ କୋର୍ଟ ପଠାଇଦେଇଛନ୍ତି । ତେବେ ଗିରଫ ହେବା ସମୟରେ ତହସିଲଦାର ଭୋ ଭୋ ହେଇ କାନ୍ଦିଥିଲେ । ଆଉ ଭୁଲ କରିବେନି ବୋଲି କହୁଥିଲେ କିନ୍ତୁ କିଏ ବା ତାଙ୍କ କଥା ଆଉ ଶୁଣୁଛି ।

error: Content is protected !!