ଲୋକଙ୍କ ମତକୁ ନେଇ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି: ବିଜେଡି

ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ନିର୍ବାଚନୀ ଇସ୍ତାହାର କମିଟି ବୈଠକ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଅରୁଣ ସାହୁ, ସସ୍ମିତ ପାତ୍ର, ଅରୁପ ପଟ୍ଟନାୟକଙ୍କ ସମେତ ସୁବାଷ ସିଂ ପ୍ରମୁଖ  ଯୋଗ ଦେଇଥିଲେ।ବିଶେଷ କରି ମାର୍ଚ୍ଚ ୫ ତାରିଖରୁ ବିଜେଡି ତରଫରୁ କରାଯାଉଥିବା ଘରେ ଘରେ ଶଙ୍ଖ  କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରାଯାଇଥିବା ବିଧାୟକ ଅରୁଣ ସାହୁ କହିଛନ୍ତି।

ସେ କହିଛନ୍ତି, “ପ୍ରତି ପରିବାରରରୁ ମତାମତ ସଂଗ୍ରହ କରାଯାଇ ତର୍ଜମା କରାଯାଉଛି। ନିର୍ବାଚନ ଇସ୍ତାହାର କମିଟିରେ ଏହାକୁ ସାମିଲ କରାଯାଇଛି। ଲୋକଙ୍କ ମତାମତକୁ ଅଗ୍ରାଧିକାର ଦେଇ ଏକ ସୁନ୍ଦର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି।”

error: Content is protected !!