ସଂସଦର ମୌସୁମୀ ଅଧିବେଶନ ୨ୟ ଦିନ ; ବଲିଉଡ଼କୁ ବଦନାମ କରିବାକୁ ଷଡଯନ୍ତ୍ର , ଜୟା ବଚ୍ଚନ

ନୂଆଦିଲ୍ଲୀ (NEWS TODAY): କରୋନା ମହାମାରୀର ସ୍ଥିତିକୁ ନଜରରେ ରଖି ସୋମବାର ଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧୮ ତାରିଖ ଯାଏଁ ଚାଲୁ ରହିବ। ଆଜି ଏହାର ୨ୟ ଦିନରେ ପ୍ରଥମେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାର ଅଧିବେଶନ ପ୍ରାୟ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏଁ ଚାଲୁ ରହିବ। ଲୋକସଭାରେ ଆଜି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତ-ଚୀନ ସୀମାରେ ଚାଲୁଥିବା ବିବାଦ ଉପରେ ବିବୃତ୍ତି ରଖିବେ।
ଏହାସହ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ , ବଲିଉଡ଼କୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି। ସେ କହିଛନ୍ତି, ମନୋରଞ୍ଜନ ଉଦ୍ୟୋଗର ଲୋକଙ୍କୁ ସୋସିଆଲ ମିଡ଼ିଆର ମାଧ୍ୟମରେ ଉତ୍ତେଜିତ କରାଯାଉଛି। ଏହି ଚଳଚ୍ଚିତ୍ର ଜଗତରେ ନିଜ ନାମ ହାସିଲ କରିଥିବା ଲୋକେ ଏହାକୁ ନର୍ଦ୍ଦମା କହିଛନ୍ତି। ମୁଁ ଏଥିରେ ସମ୍ପୂର୍ଣ୍ଣ ଭାବେ ରାଜି ନୁହେଁ। ମୋର ଆଶା ଯେ, ସରକାର ଏପରି ଲୋକଙ୍କୁ ଏହି ପ୍ରକାରର ଭାଷା ପ୍ରୟୋଗ ନକରିବା ପାଇଁ କହିବେ। କେବଳ କିଛି ଖରାପ ଲୋକଙ୍କ ପାଇଁ ଉଦ୍ୟୋଗର ସମ୍ପୂର୍ଣ୍ଣ ଜଗତରକୁ ଖରାପ କହିବା ସଠିକ ନୁହେଁ।

x

COVID-19

India
Confirmed: 6,225,763Deaths: 97,497
error: Content is protected !!