ସରକାରୀ ଚାକିରି, ସାମାଜିକ ସୁରକ୍ଷା ତଥା ରୋଜଗାରକ୍ଷମ କରାଇବା ପାଇଁ ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତିକରଣ ସଚିବଙ୍କୁ ଦାବି ପତ୍ର ଦେଇଛି କିନ୍ନର ସମାଜ ।

NEWS TODAY/BHUBANESWAR :ବହୁ ସଂଗ୍ରାମ ପରେ ତୃତୀୟ ଲିଙ୍ଗର ପରିଚୟ ପାଇଛି କିନ୍ନର ସମାଜ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମିଳିଛି ନୂଆ ପରିଚୟ । କିନ୍ତୁ ଏବେବି ଅବହେଳିତ ଓ ନିର୍ଯ଼ାତିତ ହେଉଛି କିନ୍ନର ସମାଜ । ଟ୍ରେନରେ ଟଙ୍କା ମାଗିବା ଉପରେ କଟକଣା ଲାଗିବା ପରେ ଏବେ ଚିନ୍ତାରେ ପଡିଯାଇଛି କିନ୍ନର ସମାଜ ।ଟ୍ରେନରେ ଟଙ୍କା ମାଗି ନିଜ ଗୁଜୁରାଣ ମେଣ୍ଟାଇ ଦେଉଥିବା କିନ୍ନର ମାନଙ୍କ ପାଇଁ ରୋଜଗାରର ବାଟ ବନ୍ଦ ହୋଇଯାଇଛି ।

ତେଣୁ ସରକାରୀ ଚାକିରି, ସାମାଜିକ ସୁରକ୍ଷା ତଥା ରୋଜଗାରକ୍ଷମ କରାଇବା ପାଇଁ ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତିକରଣ ସଚିବଙ୍କୁ ଦାବି ପତ୍ର ଦେଇଛି କିନ୍ନର ସମାଜ । ଯ଼ୋଗ୍ୟତା ଅନୁଯାୟୀ ସରକାରୀ ଚାକିରି ପାଇଁ ନିବେଦନ କରିଛନ୍ତି ।ରାଜ୍ୟରେ ୨୫ ହଜାରରୁ ଅଧିକ କିନ୍ନର ରହୁଛନ୍ତି । ହାତଗଣତି କିନ୍ନରଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ବେକାର । ସେମାନଙ୍କ ଜୀବନଜୀବିକା ପାଇଁ ସରକାର ପଦକ୍ଷେପ ନେଲେ ବଞ୍ଚିବାର ନୂଆ ରାହା ପାଇଯିବେ ଏହି କିନ୍ନର ।ଅନ୍ୟପଟେ କିନ୍ନରଙ୍କ ଦାବି ଶୁଣିବା ପରେ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ବିଭାଗୀୟ ସଚିବ । ତେବେ ରାଜ୍ୟର କିନ୍ନରଙ୍କ ତାଲିକା ଦେବାକୁ ବିଭାଗ କହିଛି । ଅନ୍ୟପଟେ ସ୍ୱୀକୃତି ଯ଼ୋଜନା ଅଧିନରେ କିନ୍ନର ସାହାଯ୍ୟ ନେଇପାରିବେ ବୋଲି ବିଭାଗୀୟ ନିର୍ଦ୍ଦେଶକ କହିଛନ୍ତି ।

error: Content is protected !!