ସିଲଭର୍ ସିଟିର ସିରିୟଲ୍ କିଲର୍‌ର ମିଳିଲା ସୁରାକ୍।

କଟକ : ସିଲଭର୍ ସିଟିର ସିରିୟଲ୍ କିଲର୍‌ର ମିଳିଲା ସୁରାକ୍। ୬ ଦିନର ମାରାଥନ୍ ଇନ୍‌ଭେଷ୍ଟିଗେସନ୍, ଲଗାତର ସରଜମିନ୍ ତଦନ୍ତ ଆଉ ମାନସମନ୍ଥନ ପରେ କମିଶନରେଟ୍ ପୁଲିସ ହାତରେ ଲାଗିଲା ସନ୍ଦିଗ୍ଦ ହତ୍ୟାକାରୀର ପତ୍ତା। ଯାହାକୁ ପୂର୍ବରୁ ପୁଲିସ ସାଇକୋ କିଲର୍ ବୋଲି ସନ୍ଦେହ କରୁଥିଲା, ସେହି ସନ୍ଦିଗ୍ଧ ହିଁ ହତ୍ୟାକାରୀ ବୋଲି ଠୋସ୍ ପ୍ରମାଣ ପାଇଛି ପୁଲିସ।

ରାଣୀହାଟ ଏବଂ ଓଏମ୍‌ପି ଛକରେ ୩ ଜଣଙ୍କୁ ହତ୍ୟା କରିଛି ବୋଲି ପୁଲିସ ସୁରାଗ୍ ପାଇଛି। ଯିଏ ସମସ୍ତଙ୍କୁ ସମାନ ତରିକାରେ ଛୁରୀରେ ତଣ୍ଟିକାଟି ହତ୍ୟା କରୁଥିଲା। ତାର ବି ଥିଲା ଅଜବ ସଉକ।

ମହିଳାମାନେ ବ୍ୟବହାର କରୁଥିବା ପୋଷାକ ପରିପାଟୀକୁ ସେ ନିଜ ପାଖରେ ରଖୁଥିଲା। ପୁଲିସ ସ୍କାନରେ ଥିବା ଏହି ସନ୍ଦିଗ୍ଧକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଜି ଏଭଳି ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଛନ୍ତି ପୁଲିସ କମିଶନର୍ ସତ୍ୟଜିତ ମହାନ୍ତି।

ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ଗଣମାଧ୍ୟମ ସାମ୍ନାରେ ସଂପୃକ୍ତ ବ୍ୟକ୍ତିର ସମ୍ପୂର୍ଣ୍ଣ ପରିଚୟ ଦେଇନଥିଲେ ମଧ୍ୟ, ପୁଲିସ ହତ୍ୟାକାରୀର ନାଁ, ଗାଁ ଏବଂ ରହୁଥିବା ସ୍ଥାନକୁ ଚିହ୍ନଟ କରିସାରିଛି ବୋଲି ସିପି କହିଛନ୍ତି।

ଏହି ସିରିୟଲ୍ କିଲର୍‌ର ମୋଡ୍ ଅଫ ଅପରେସନ୍ ବି ତାଜୁବ କଲା ଭଳି। ଜୁଲାଇ ୨୨ରେ ରାଣୀହାଟରେ ଜଣଙ୍କୁ ଓ ୨୩ରେ ଓଏମ୍‌ପି ଛକରେ ୨ ଜଣଙ୍କୁ ସମାନ ଢଙ୍ଗରେ ସେ ହତ୍ୟା କରିଥିଲା। ପ୍ରଥମେ ସେ ଛୁରୀରେ ତଣ୍ଟି କାଟିବା ସହ ମୁଣ୍ଡରେ    ହମ୍‌ଲା କରିଥିଲା। ତାପରେ ଘଟଣାସ୍ଥଳରୁ ହୋଇଯାଇଥିଲା ଉଭାନ୍। ତେଣୁ ପୁଲିସ ପାଇଁ ବଡ଼ ଚାଲେଞ୍ଜ ଆଉ ରହସ୍ୟମୟ ଥିଲା ଏହି ଘଟଣା। ଶେଷରେ ଫରେନ୍ସିକ୍ ରିପୋର୍ଟ ଓ ହତ୍ୟାକାଣ୍ଡ ସ୍ଥଳରେ ଥିବା ଚା ଦୋକାନୀଙ୍କ ଠାରୁ ତଥ୍ୟ ଆଦାୟ କରିଥିଲା ପୁଲିସ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ମାନସିକ ରୋଗୀ ଏବଂ ପୂର୍ବରୁ ସେ ଏସ୍‌ସିବିର ସାଇକିଆଟ୍ରିକ୍ ବିଭାଗରେ ଚିକିତ୍ସାଧିନ ଥିଲା ବୋଲି ଜାଣିବା ପରେ ସଂପୃକ୍ତ ବିଭାଗକୁ ଯାଇ ୨ ବର୍ଷର ରେକର୍ଡ ଯାଞ୍ଚ କରିଥିଲା। ଯାଞ୍ଚବେଳେ ସନ୍ଦିଗ୍ଧ ବ୍ୟକ୍ତି ନାଁରେ ୧୧ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ। ସେହି ୧୧ ଜଣଙ୍କ ସମ୍ପର୍କରେ ଯାଞ୍ଚ ପରେ ସନ୍ଦିଗ୍ଧ ହତ୍ୟାକାରୀ ନିକଟରେ ପହଞ୍ଚିଥିଲା ପୁଲିସ।

ଏବେ ଅପେକ୍ଷା ଏଭଳି ଅପରାଧ ଏବଂ ଆତଙ୍କକୁ ପୁଲିସ କେମିତି ରୋକିପାରୁଛି।

x

COVID-19

India
Confirmed: 9,222,216Deaths: 134,699
error: Content is protected !!