ମୁମ୍ବାଇ: ଇମ୍ତିଆଜ୍ ଅଲୀଙ୍କ ଆଗାମୀ ଫିଲ୍ମ “ଲଭ ଆଜ କଲ୍-୨”ରେ ଅଭିନୟ କରିବାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ପ୍ରଣତି ରାୟ ପ୍ରକାଶ। ଏହି ଫିଲ୍ମରେ କାର୍ତ୍ତିୀକ ଓ ସାରାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ଶୁଟିଂ ଦିଲ୍ଲୀରେ କରାଯିବ। ଏକ ସାକ୍ଷାତକାରରେ ପ୍ରଣତି କହିଛନ୍ତି ଯେ, ପିଲାବେଳୁ ଇମ୍ତିଆଜ୍ ଅଲୀଙ୍କ ନିର୍ଦ୍ଦେଶନା ତାଙ୍କୁ ବହୁତ ପସନ୍ଦ।
“ଯବ ଉଇ ମେଟ୍” ଫିଲ୍ମ ଦେଖିବା ପରଠୁ ପ୍ରଣତି ଇମ୍ତିଆଜ୍ଙ୍କର ବହୁତ ବଡ ଫ୍ୟାନ୍। ଫିଲ୍ମରେ ସେ ଭିନ୍ନ ଭାବରେ ପ୍ରେମର ଭାବନା ପ୍ରକାଶ କରାନ୍ତି। ତାଙ୍କ ସହ କାମ କରିବାର ମଉକା ଖୋଜୁଥିଲେ ପ୍ରଣତି। ବଲିଉଡ ଫିଲ୍ମ “ଫ୍ୟାମିଲି ଅଫ ଠାକୁରଗଞ୍ଜ”ରେ ଅଭିନୟ କରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।
ଏବେ ସେ ଲଭ ଆଜ କଲ ଫିଲ୍ମର ସିକ୍ବଲରେ ନଜର ଆସିବେ। ପ୍ରଣତି ରାୟ ଇନ୍ଷ୍ଟାଗ୍ରାମରେ ବହୁତ ଆକ୍ଟିଭ ରୁହନ୍ତି। ଏଥିପାଇଁ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଥାଏ। ପ୍ରଣତି ଭାରତର ଟପ୍ ନେକ୍ଷ୍ଟ ମଡେଲ ୨୦୧୬ ପାଇଁ ପରିଚିତ। ଅଭିନେତ୍ରୀ ପ୍ରଣତି ୨୦୧୫ ମସିହାର ମିସ୍ ଇଂଣ୍ଡିୟା ଫାଇନାଲିଷ୍ଟ ଥିଲେ।ସେ ବିହାରର ରାଜଧାନୀ ପାଟଣାର ବାସିନ୍ଦା। ପ୍ରଣତିଙ୍କ ବାପା କର୍ଣ୍ଣଲ ପ୍ରେମ ପ୍ରକାଶ ଆର୍ମିରେ ଥିବାରୁ ସେ ଦେଶର ବିଭିନ୍ନ ସ୍ଥାନରେ ରହି ନିଜ ପଢା ସାରିଛନ୍ତି। ସେ ଶ୍ରୀନଗର, ଭଟିଣ୍ଡା, ଦିଲ୍ଲୀ, ଲିଲଙ୍ଗ, ଡେରାଡୁନ ଓ ପାଟଣାରେ ରହି ପଢା ପୂରା କରିଛନ୍ତି। ପ୍ରଣତି ମୁମ୍ବାଇ ନିଫ୍ଟ ରୁ ଫ୍ୟାସନ କମ୍ୟୁନିକେଶନ ସାରିଛନ୍ତି।