ହିଞ୍ଜିଳିରେ ହେବ ନବୀନ-ପିତାମ୍ବର ଟକ୍କର

ହିଞ୍ଜିଳି ବିଧାନସଭା ଆସନ ପାଇଁ ବିଜେପି ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି। ଏବେ ହିଞ୍ଜିଳିରେ ନବୀନ-ପୀତାମ୍ବର ଲଢ଼େଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

ସେହିପରି ୯ଟି ବିଧାନସଭା ଓ ୨ଟି ଲୋକସଭା ଲାଗି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ବିଜେପି।  ବେଗୁନିଆରୁ ପ୍ରାର୍ଥୀ ହେବେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ। କିଛିଦିନ ତଳେ ରିଷଭ ବିଜେପିରେ ସାମିଲ ହୋଇଥିଲେ। ଗତକାଲି ଦଳରେ ସାମିଲ ହୋଇଥିବା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ। ଆଜି ଦଳକୁ ଫେରିଥିବା ଖାରବେଳ ସ୍ୱାଇଁଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରିଛି ବିଜେପି।

error: Content is protected !!