୧୦୦ଟଂକା ଲାଂଚ ଦେଖାଇ ନାବାଳିକାକୁ ଘରକୁ ଡ଼ାକି ଦୁଷ୍କର୍ମ କଲା ଯୁବକ

ଜଳନ୍ଧର ୨୫/୩- ଶହେ ଟଂକା ଲାଂଚ ଦେଖାଇ ନାବାଳିକାକୁ ଦୁଷ୍କର୍ମ କଲା ଯୁବକ । ଏହି ଘଟଣା ଜଲନ୍ଧର ଅଂଚଳରେ ଖେଳାଇ  ଦେଇଛି ଚାଂଚଲ୍ୟ ।

ନଅ ବର୍ଷର ଜଣେ ନାବାଳିକାକୁ ଦାଦା ପାଖରେ  ଛାଡ଼ି ବାପା-ମାଆ କାମକୁ ଯାଇଥିଲେ । କୌଣସି କାମରେ ଦାଦା ବାହାରକୁ ଯାଇଥିଲେ । ସେହି ସମୟରେ ନାବାଳିକା ଘରେ ଏକା ଥିଲେ । ଏହି ମୌକାରେ ନାବାଳିକାଙ୍କୁ ଡ଼ାକିଥିଲା ଜଣେ ପଡ଼ୋଶୀ ଯୁବକ ।

ପଡ଼ୋଶୀ ଯୁବକ ଫୁସୁଲେଇ ତାଙ୍କ ଘରକୁ ଡ଼ାକି ନେଇଥିଲେ ।  ୧୦୦ଟଂକାର ଦେବାକୁ ନାବାଳିକାକୁ ଲୋଭ ଦେଖାଇଥିଲେ । ପଡ଼ୋଶୀ ଯୁବକ ପ୍ରଦୀପ ନାବାଳିକାକୁ ଡ଼ାକି ନେଇ ଜବରଦସ୍ତ ଭାବେ ଦୁଷ୍କର୍ମ କରିଥିଲେ ।

ସଂଧ୍ୟାରେ ଫେରି ବାପା-ମାଆ ନାବାଳିକାକୁ ବହୁତ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ । ତା ପରେ ସେ ପଡ଼ୋଶୀଙ୍କ ଘରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ।

ନାବାଳିକାକୁ ଏବାବଦରେ ପଚାରିବା ପରେ ସବୁ ସତ କଥା କହିଥିଲା । ସେ ଭୟରେ କାହାକୁ କିଛି କହି ନଥିଲା । ପରେ ଜଣାପଡ଼ିଲା ପଡ଼ୋଶୀ ଯୁବକ ପ୍ରଦୀପ ଲାଂଚ ଦେଖାଇ ଡ଼ାକି ନେଇଥଲା  । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ଅଣାଯାଇଥିଲା । ପୋଲିସ ଏହି ଘଟଣାରେ ଛାନଭିନ କରି ଅଭିଯୁକ୍ତ ପ୍ରଦୀପକୁ ଗିରଫ କରିଛି ।

error: Content is protected !!