୧୮ଜଣ ବରିଷ୍ଠ ମହିଳା ନେତ୍ରୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଜିଲ୍ଲାରେ ସାଂଗଠନିକ କାର୍ଯ୍ୟ ପରିଚାଳନା ପାଇଁ ବିଜେଡିର ୧୮ଜଣ ବରିଷ୍ଠ ମହିଳା ନେତ୍ରୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ  |  ଦଳର ରାଜ୍ୟ ମହିଳା କମିଟିର ଜିଲ୍ଲା ଇନ୍-ଚାର୍ଜ ଭାବରେ ଏହି ୧୮ଜଣ ବରିଷ୍ଠ ନେତ୍ରୀ ଦାୟିତ୍ୱ ତୁଲାଇବେ | ଏ ନେଇ ଆଜି ବିଜେଡିର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ବିଜ୍ଞପ୍ତି ଜାରି କରିଛନ୍ତି।କେନ୍ଦୁଝର ଜିଲ୍ଲା ଇନ୍-ଚାର୍ଜ ଭାବେ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଗଜପତି/ଗଞ୍ଜାମ ପାଇଁ ଗୀତା ବସ୍ତିଆ, ପୁରୀ/ଖୋର୍ଦ୍ଧା/ଭୁବନେଶ୍ୱର ପାଇଁ କସ୍ତୁରୀ ମହାପାତ୍ର, ଭଦ୍ରକ/ମୟୁରଭଞ୍ଜ ପାଇଁ ଉର୍ମିଲତା ଦାସ, କଟକ ପାଇଁ ପ୍ରଭାସିନୀ ଷଡ଼ଙ୍ଗୀ, ଝାରସୁଗୁଡା/ସୁନ୍ଦରଗଡ଼ ପାଇଁ ଜ୍ୟୋତି ପାଣିଗ୍ରାହୀ, ରାୟଗଡ଼ା/ନବରଙ୍ଗପୁର ପାଇଁ ସ୍ନିଗ୍ଧା ପାଣିଗ୍ରାହୀ, କୋରାପୁଟ/ମାଲକାନଗିରି ପାଇଁ ନିବେଦିତା ମହାନ୍ତି, ନୟାଗଡ଼ ପାଇଁ କୁଂଜଲତା ସାମଲ, ଅନୁଗୁଳ/ଦେବଗଡ଼/ଢେଙ୍କାନାଳ ପାଇଁ ପୁଷ୍ପାଞ୍ଜଳି ରାଣା, ସମ୍ବଲପୁର/ବରଗଡ଼ ପାଇଁ ମୀନତି ଦେବତା, ବାଲେଶ୍ୱର ପାଇଁ ଭାରତୀ ସିଂହ, ବଲାଙ୍ଗୀର/ସୋନପୁର ପାଇଁ ସରୋଜିନୀ ରାଜ, କନ୍ଧମାଳ/ବୌଦ୍ଧ ପାଇଁ ସଂଘମିତ୍ରା ଦଳେଇ, ଯାଜପୁର ପାଇଁ ରେଜାୱାନା ବେଗମ, କେନ୍ଦ୍ରାପଡ଼ା ପାଇଁ ମୀତା ରାଉତ, ଜଗତସିଂହପୁର ପାଇଁ ସ୍ନେହାଞ୍ଜଳୀ ମହାନ୍ତି, କଳାହାଣ୍ଡି/ନୂଆପଡ଼ା ପାଇଁ ସଂଯୁକ୍ତା ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି |

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ନ୍ୟୁଜ୍ ଟୁଡେ ଏକ୍ସକ୍ଲୁସିଭ୍ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ନ୍ୟୁଜ୍ ଟୁଡେ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ 

error: Content is protected !!