୧୯ରେ ରାଜ୍ୟର ୩୪ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ ବେଳେ ଅନେକ ବୁଥ୍‌ରୁ ଆସିଥିଲା ଅନିୟମିତତା ଓ ବିଭ୍ରାଟର ଅଭିଯୋଗ । ଏସବୁ ଅଭିଯୋଗ ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବୁଥରେ ଆଉ ଥରେ ଭୋଟ କରିବା ନେଇ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଥିଲେ । ଏହି ସୁପାରିଶ ଆଧାରରେ ନିର୍ବାଚନ କମିଶନ ରାଜ୍ୟର ୩୪ ବୁଥରେ ସାନି ମତଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିରେ ତୃତୀୟ ପର୍ଯ୍ୟାୟର ୧୨ ଓ ଚତୁର୍ଥ ପାର୍ଯ୍ୟାୟରେ ୨୨ଟି ବୁଥ୍ ରହିଛି। ଆସନ୍ତା ୧୯ ତାରିଖରେ ଏସବୁ ବୁଥ୍‌ରେ ସାନି ମତଦାନର ସମ୍ଭାବନା ରହିଛି। ରିଗିଂ ଅଭିଯୋଗକୁ ନେଇ ଯାଜପୁର ବରି ନିର୍ବାଚନ ମଣ୍ଡଳୀରେ ୫, ମହାଙ୍ଗା,  ବାରିପଦା ଓ ଆଠଗଡରେ ୪ଟି ଲେଖାଏଁ ବୁଥ୍‌ରେ ସାନି ଭୋଟ ହେବ ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ସେପଟେ ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ପାଇଁ ଚାଲିଛି ପ୍ରସ୍ତୁତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମାଷ୍ଟର ଟ୍ରେନରମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ।  ଇଭିଏମ୍, ଭିଭିପ୍ୟାଟ୍, ପୋଷ୍ଟାଲ ବାଲଟ୍‌ରେ କିଭଳି ଗଣତି ହେବେ ସେନେଇ ମାଷ୍ଟର ଟ୍ରେନର୍ମାନଙ୍କୁ ଅବଗତ କରାଯାଉଛି । ଏଥିସହିତ ଆସନ୍ତା ୧୩ ଓ ୧୪ ତାରିଖରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ତାଲିମ୍ ଦିଆଯିବ । ତାପରେ ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଟ୍ରେନିଂ ଦେବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ସମସ୍ତ ଇଭିଏମକୁ ପ୍ରଥମେ ଗଣତି କରାଯିବା ସହ କାହା ସପକ୍ଷରେ କେତେ ଭୋଟ ଯାଇଛି ତାର ଚିଟ୍ ପ୍ରସ୍ତୁତ କରାଯାଇ ଏକ ବାକ୍ସରେ ପକାଯିବ  ପରେ ଲଟେରୀ ଆକାରରେ ସେଥିରୁ ୫ଟି ବୁଥ୍‌କୁ ଚୟନ କରାଯିବ। ସେଇ ୫ଟି ବୁଥ୍‌ରେ ଭିଭିପାଟ୍‌ ଗଣତି କରାଯାଇ ମେଳ କରାଯିବ। ଯଦି ଏଥିରେ ତ୍ରୁଟି ନ ଥିବ ତେବେ ତୁରନ୍ତ ରେଜଲଟ ଘୋଷଣା କରାଯିବ।ସେପଟେ ବାତ୍ୟା ଫୋନି ଯୋଗୁଁ ଇଭିଏମ୍‌ କୌଣସି କ୍ଷତି ହୋଇ ନାହିଁ  ସମସ୍ତ ଇଭିଏମ୍ ସୁରକ୍ଷିତ ରହିଛି।  ତେବେ ପୁରୀରେ ଇଭିଏମ୍ ଥିବା ଏତ ଷ୍ଟ୍ରଙ୍ଗ ରୁମ୍ କୋଠାର ପାଚେରୀ ଭାଙ୍ଗି ଯାଇଛି। ସେଠାରେ ପାଚେରୀ ନିର୍ମାଣ ଚାଲିଛି। ତେବେ ଇଭିଏମ୍‌ ସୁରକ୍ଷା ଲାଗି ଏଠାରେ ଅଧିକ ୧ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

x

COVID-19

India
Confirmed: 2,461,190Deaths: 48,040
error: Content is protected !!