୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୫ ଲକ୍ଷରୁ କମ ଆୟ ପାଇଁ ଆୟକର ସମ୍ପୂର୍ଣ୍ଣ ଛାଡ ଘୋଷଣା

ନୂଆଦିଲ୍ଲୀ ୫।୭: ଶୁକ୍ରବାର ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌।

-୫ ଲକ୍ଷରୁ କମ୍‌ ଆୟ ପାଇଁ ଆୟକର ଛାଡ

-କପୋରେଟ୍‌ ଟିକସ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ

-ଇଲେକ୍ଟ୍ର୍ରିକାର୍‌ କିଣିଲେ ଟିକସ ରିହାତି ମିଳିବ

-୨୫% କାରବାର ପାଇଁ କାରବାର ପରିମାଣ ୪ ଶହ କୋଟିକୁ ବୃଦ୍ଧି ପ୍ରସ୍ତାବ

-ପ୍ୟାନ୍‌-କାର୍ଡ-ଆଧାରକାର୍ଡ ଇଣ୍ଟର ଚେଞ୍ଜ୍‌ ପ୍ରସ୍ତାବ

-ପ୍ୟାନ୍‌ କାର୍ଡ ନ ଥିଲେ ଆଧାର କାର୍ଡ ନମ୍ବରରେ ଦେଇହେବ ଟିକସ

-ଆଧାର କାର୍ଡ ନ ଥିଲେ ପ୍ୟାନ୍‌ କାର୍ଡ ଜରିଆରେ ପରିଚୟ ଦେଇହେବ

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦେଶର କୃଷି କ୍ଷେତ୍ରକୁ ବଦଳାଇବାର ଏକ ରୋଡମ୍ୟାପ। ଏହା ଆଶାର ବଜେଟ୍‌ ବୋଲି ମୋଦି କହିଛନ୍ତି। ଏହା ଦେଶକୁ ସମୃଦ୍ଧ କରିବାର ବଜେଟ୍‌। ଏହି ବଜେଟରେ ଗରିବଙ୍କୁ ବଳ ମିଳିବ ଆଉ ଯୁବକଙ୍କୁ ଭଲ ଭବିଷ୍ୟତ ମିଳିବ ବୋଲି ସେ କହିଛନ୍ତି। ଏଥିରେ ଟ୍ୟାକ୍ସ ବ୍ୟବସ୍ଥାକୁ ସରଳିକରଣ କରାଯିବା ସହ ଇନଫ୍ରାଷ୍ଟକ୍ଚରର ଆଧୁନୀକିକରଣ କରାଯିବ ବୋଲି ମୋଦି କହିଛନ୍ତି।

  1. ବଜେଟରେ ମହିଳାଙ୍କୁ ପ୍ରାଧାନ୍ୟ: ଏସଏଚଜି ମହିଳାଙ୍କୁ ୧ ଲକ୍ଷ ଟଙ୍କା ଯାଏ ଋଣ ବ୍ୟବସ୍ଥା

  2. ଉଚ୍ଚଶିକ୍ଷା ପାଇଁ ୪୦୦ କୋଟିର ବ୍ୟୟ ବରାଦ, କୌଶଳ ବିକାଶ ଯୋଜନାରେ ୧ କୋଟି ଯୁବକଙ୍କୁ ତାଲିମ

  3. ବିଦେଶରେ ଚାକିରି ପାଇଁ ଜରୁରୀ ପ୍ରଶିକ୍ଷଣ ଦେବେ ସରକାର

  4. -ଖେଲୋ ଭାରତ ଯୋଜନାର ବିସ୍ତାର ହେବ

  5. -କ୍ରୀଡ଼ାର ବିକାଶ ପାଇଁ ସବୁ ଉଦ୍ୟମ ହେବ, ଶ୍ରମିକଙ୍କ ପାଇଁ ଗଠନ ହେବ ଆଉ ୪ଟି କୋର୍ଟ

  6. -ଷ୍ଟାର୍ଟ ଅପ ପାଇଁ ଦୂରଦର୍ଶନରେ ନୂଆ କାର୍ଯ୍ୟକ୍ରମ

  7. -ଅକ୍ଟୋବର ୨ରେ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ

  8. -ଦିଲ୍ଲୀ ରାଜଘାଟରେ ହେବ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର

  9. -ଏନଆରଆଇଙ୍କ ପାଇଁ ବି ଆଧାର କାର୍ଡ ପ୍ରସ୍ତାବ

  10. -ରେଲୱେ ଷ୍ଟେସନ ଗୁଡ଼ିକର ଆଧୁନିକୀକରଣ କରାଯିବ

  11. -ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ବ୍ୟାପକ କରାଯାଉଛି

error: Content is protected !!