ଭୁବନେଶ୍ୱର: ଆଜି କଂଗ୍ରେସ ୭ ଲୋକସଭା ଓ ୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।ବିଧାନସଭା ଆସନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀମାନେ ହେଲେ ::ତେଲକୋଇରୁ ମୋହନ ହେମ୍ବ୍ରମ୍,ପାଟନାରୁ ଗୋପେଶ୍ୱର ନାଏକ, ଯଶୀପୁରରୁ ମହେନ୍ଦ୍ର ନାଏକ,ଉଦଳାରୁ ବେଣୁଧର ମହାପାତ୍ର,ବାରିପଦାରୁ ଦଶରଥ ସିଂ,ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ପ୍ରତାପ ସେଠୀ, ବାସୁଦେବପୁରରୁ ଅଶୋକ କୁମାର ଦାସ, ଧାମନଗରରୁ ବିଦ୍ୟାଧର ଜେନା, ବିଞ୍ଝାରପୁରରୁ ମନୋରଞ୍ଜନ ଦାସ, ବରୀରୁ ଉମେଶ ଜେନା,ସୁକିନ୍ଦାରୁ ଶରତ ରାଉତ,ପରଜଙ୍ଗରୁ ଯଶସ୍ୱିନୀ ରାଉତ,ନିଆଳିରୁ ମମତା ଭୋଇ,ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ,ପାଟକୁରାରୁ ଜୟନ୍ତ ମହାନ୍ତି, ତିର୍ତ୍ତୋଲରୁ ବିଭୁ ପ୍ରସାଦ ତରାଇ,ପୁରୀରୁ ଅରୋ ପ୍ରସାଦ ମିଶ୍ର ଓ ନୟାଗଡ଼ରୁ ମନୋଜ କୁମାର ସାହୁ।
ଓଡ଼ିଶାର ଆଉ ୭ଟି ଲୋକସଭା ଆସନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ପୁରୀରୁ ଲୋକସଭା ପ୍ରାର୍ଥୀ ହେବେ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ। ସେହିପରି ଢେଙ୍କାନାଳରୁ ପ୍ରାର୍ଥୀ ହେବେ ଦଳର ବରିଷ୍ଠ ନେତା କାମାକ୍ଷା ପ୍ରସାଦ ସିଂଦେଓ।କେନ୍ଦ୍ରାପଡାରୁ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକ। ବାଲେଶ୍ୱରରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, କେନ୍ଦୁଝରରୁ ଫକୀର ମୋହନ ନାୟକ, ଭଦ୍ରକରୁ ମଧୁମିତା ସେଠୀ ଓ ଜଗତସିଂହପୁରରୁ ପ୍ରତିମା ମଲ୍ଲିକଙ୍କ ନା ଘୋଷଣା କରାଯାଇଛି।