ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ରାହୁଲଙ୍କ ନୂଆ ମିଶନ

ନୂଆଦିଲ୍ଲୀ ୨୫/୩: ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ରାହୁଲଙ୍କ ସର୍ଜିକାଲ ଷ୍ଟ୍ରାଇକ୍ । ଘୋଷଣା କଲେ ନ୍ୟୁନତମ ଆୟ ଯୋଜନା ‘ନ୍ୟାୟ’ । ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶର ୨୦ ପ୍ରତିଶତ ଅତି ଗରିବ ପରିବାରଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବ । ମାସକୁ ଗରିବ ପରିବାର କେମିତି ୧୨ ହଜାର ଟଙ୍କା ଆୟ କରିବେ ସେନେଇ ବ୍ୟବସ୍ଥା କରିବେ । ଯୋଜନାରେ ଦେଶର ୫ ଲକ୍ଷ ପରିବାର ୨୫ କୋଟି ଲୋକ ଉପକୃତହେବେ ବୋଲି କହିଛନ୍ତି ରାହୁଲ।ଏବେ ନ୍ୟାୟ ଦେବେ ରାହୁଲ। ଯଦି କ୍ଷମତାକୁ ଆସିବେ ଗରିବଙ୍କୁ ଦେବେ ନ୍ୟାୟ । ନ୍ୟାୟ ମାନେ ନ୍ୟୁନତମ ଆୟ ଯୋଜନା । ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ରାହୁଲଙ୍କ ନୂଆ ମିଶନ। ଯଦି ଲୋକସଭା ନିର୍ବାଚନରେ କଂଗ୍ରେସ ଜିତି କ୍ଷମତାକୁ ଆସେ ତେବେ ଏହି ନ୍ୟାୟ ଯୋଜନା ପ୍ରଣୟନ କରିବେ । ଦେଶର ୨୦ ପ୍ରତିଶତ ଅତି ଗରିବ ପରିବାରଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବେ । ମାସକୁ କେମିତି ଗରିବ ପରିବାର ୧୨ ହଜାର ଟଙ୍କା ଆୟ କରିବେ ସେ ଗ୍ୟାରେଣ୍ଟି ଦେବେ ରାହୁଲ। ଏହି ଯୋଜନାରେ ଦେଶର ୫ କୋଟି ଗରିବ ପରିବାର କିମ୍ବା ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠାଇବେ ବୋଲି ଘୋଷଣା କରିଛନ୍ତି।

ଇନ୍ଦିରା, ରାଜୀବ ଆହ୍ବାନ ଦେଇଥିଲେ। ଦେଶର କୋଣକୋଣରୁ ଗରୀବୀ ହଟାଇବାରୁ ଆହ୍ବାନ ଦେଇଥିଲେ କିନ୍ତୁ ପାରିନଥିଲେ। ଗରିବ ଗୁରୁବାଙ୍କୁ ସର୍ବନିମ୍ନ ଆୟ ଦେବା ଲକ୍ଷ୍ୟରେ ୟୁପିଏ ସରକାର ବି MGNREGA ଯୋଜନା ପ୍ରଣୟନ କରିଥିଲା । ତଥାପିବି ମିଶନ ପୂରଣ ହେଲାନି, ୫ ବର୍ଷର ଏନଡିଏ ସରକାର ବି ଯାଇଛି। କିନ୍ତୁ ଗରିବଙ୍କ ସୀମାରେଖା ଉପରକୁ ଉଠିନି। ଏବେ ସମାଜରେ ଅବହେଳିତ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଗରିବଙ୍କୁ ନ୍ୟାୟ ଦେବା ଲାଗି ‘ନ୍ୟାୟ’ ଯୋଜନା ପ୍ରଣୟନ କରିବେ ରାହୁଲ । ତେଣୁ ଅନ୍ୟ ରାଜନୈତିକ ଦଳ ଏହାକୁ କେମିତି ଗ୍ରହଣ କରୁଛନ୍ତି ଶୁଣନ୍ତୁ।
ରାହୁଲଙ୍କ ଘୋଷଣା ନିର୍ବାଚନୀ ଜୁମଲା ନୁହେଁ ତ ? କ୍ଷମତାକୁ ଆସିଲେ ଏହାକୁ ରାହୁଲ କାର୍ଯ୍ୟକାରୀ କରିପାରିବେ ତ। କାରଣ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଲକ୍ଷ ଲକ୍ଷ କୋଟି ରାଜକୋଷକୁ ଆସିବ କେମିତି ।ଏନେଇ ନାନା ପ୍ରଶ୍ନ ଉଠିବା ସ୍ବାଭାବିକ ।

error: Content is protected !!