ବରଗଡ଼:ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବରଗଡ଼ ଜଲ୍ଲାପାଳ ଏହି ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।ନିଲମ୍ବିତଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଅଫିସର ଥିବାବେଳେ ୩ଜଣ ସେକ୍ଟର ଅଫିସର ଅଛନ୍ତି। ସେମାନେ ହେଲେ ୬୮ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ୬୮ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ,୨୩୫ ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ, ୨୩୫ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, ୧୧୬ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ, ଓ ୧୧୬ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆଜି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ୍ ଶୋ’ ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେଡିର କିଛି କର୍ମୀ ବିଜେପିର ଦୁଇ ଜଣ କର୍ମୀଙ୍କୁ ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।ସନ୍ଧ୍ୟାରେ ରୋଡ୍ ଶୋ’ ଆଳି ଅଭିମୁଖେ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଦୁଇ ବିଜେପି କର୍ମୀ ତ୍ରିଲୋଚନ ପାତ୍ର ଓ ଅଲେଖ ପରିଡ଼ା ଏକ ଇନୋଭା ଗାଡ଼ିରେ ଆସୁଥିବା ବେଳେ ଜୁଅଣିଆ ଛକ ନିକଟରେ ଚାରିରୁ ପାଞ୍ଚ ଜଣ ବିଜେଡି କର୍ମୀ ସେମାନଙ୍କ ଉପରକୁ ଟେକାମାଡ଼ କରିଥିଲେ। ଟେକାମାଡ଼ରେ ଗାଡ଼ିର କାଚ ଭାଙ୍ଗି ଯାଇଛି।
ଭୁବନେଶ୍ବର ୧୯।୪ : କେନ୍ଦ୍ରାପଡ଼ା ଜେଲରୁ ଝାରପଡ଼ା ଉପକାରାଗାରକୁ ସ୍ଥାନାନ୍ତର ହେଲା ସୟଦ ଉସ୍ମାନ୍ ଅଲ୍ଲୀ ଓରଫ୍ ଟିଟୋ । କଡ଼ା ସୁରକ୍ଷା ମଧ୍ୟରେ ଟିଟୋକୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ବର ଝାରପଡ଼ାକୁ ଆଣାଯାଇଛି। ଏଠାରେ ସୁରକ୍ଷା ଯାଞ୍ଚ ପରେ ତାକୁ ୩ ନମ୍ବର ସେଲରେ ରଖାଯାଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଖିଆଗରେ ରଖି ଏହି ସ୍ଥାନାନ୍ତରଣ ହୋଇଥିବା ଜଣାପଡିଛି। ଝାରପଡା ଜେଲରେ ପୂର୍ବରୁ ହାଇଦର, ବିକ୍ରମ ମଲିକଙ୍କ ଭଳି ବହୁ ଅପରାଧୀ ରହିଛନ୍ତି । ଏବେ ସେମାନଙ୍କ ସହ ଯୋଡି ହୋଇଯାଇଛି ଟିଟୋ ।
ଭୁବନେଶ୍ବର ୧୯।୪:ଆସନ୍ତାକାଲି ପ୍ରଚାର ପାଇଁ ଆସୁଛନ୍ତି ମୁକତାର ଆବାସ ନକଭୀ ଓ ସ୍ମୃତି ଇରାନୀ । କେନ୍ଦ୍ରାପଡ଼ା, ସାଲେପୁର ଓ ଭଦ୍ରକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ତାରିଖରେ କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ବର ୧୯|୪: ରାଜଧାନୀର ରାଜରାସ୍ତା ଉପରେ କମିସନରେଟ ପୋଲିସର ଦବଙ୍ଗଗିରି । ରାସ୍ତାରୋକ ହଟାଇବାକୁ ଯାଇ ଜଣେ ହାବିଦାର ଲୋକଙ୍କୁ ସର୍ଭିସ ପିସ୍ତଲ ଦେଖାଇଥିଲେ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି ।