ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କର ନିଜ ଦଳ ଉପରେ ପୂର୍ବ ପରି ନିୟନ୍ତ୍ରଣ ନଥିବା ଚଳିତ ନିର୍ବାଚନରେ ହିଁ ପ୍ରଥମ ଥର ପାଇଁ ଦେଖାଯାଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଯେମିତି ଅନେକ ବିଧାୟକ ଓ ସାଂସଦଙ୍କ କାର୍ଯ୍ୟକଳାପକୁ ନେଇ ଦଳୀୟ ପ୍ରାଥୀତ୍ୱରୁ ବଂଚିତ କରାଗଲା ଓ ନିର୍ମଳ ଭାବମୂର୍ତିର ନେତାଙ୍କୁ ପ୍ରାର୍ଥୀତ୍ୱ ଅର୍ପଣ କରାଗଲା, ଏଥର ରାଜ୍ୟରେ ବିଜେଡ଼ି ୧୨୦ରୁ ଅଧିକ ଆସନ ଲାଭ କରିବ ବୋଲି ରାଜନୀତିକ ପଣ୍ଡିତ ମାନେ ଆକଳନ କରୁଥିଲେ । ମାତ୍ର ପରବର୍ତୀ ପର୍ଯ୍ୟାୟ ଗୁଡ଼ିକରେ ସେଭଳି କିଛି ଦେଖିବାକୁ ମିଳିଲା ନାହିଁ । ନବେ ଭାଗରୁ ଅଧିକ ବିଧାୟକ ଓ ସାଂସଦଙ୍କୁ ପୁଣି ଟିକଟ ଦିଆଗଲା । ହୁଏତ ଟିକଟକୁ ନେଇ ବିଜେଡ଼ିରେ ଝଡ଼ ସୃଷ୍ଟି ହେବାରୁ ସଭାପତି ଏହି ନିଷ୍ପତି ନେବାକୁ ବାଧ୍ୟ ହେଲେ । ସେମାନେ କେତେ ନିର୍ମଳ ଭାବମୂର୍ତିର ଓ କିଭଳି ଜନସେବକ, ତାହା ନିର୍ବାଚନ ଫଳରୁ ଜଣା ପଡ଼ିବ । ଏବେ ରାଜ୍ୟ ରାଜନୀତି ଚଳଚଂଚଳ ହୋଇ ଉଠିଛି । ପ୍ରଜା ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟି ଯାଇଥିଲା ବେଳେ ବିଜେଡ଼ି ନିଜ ଦଳରେ ଏକତା ଓ ସ୍ଥିରତା ରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । ଟିକଟକୁ ନେଇ ଦଳରେ ଏକ ପ୍ରକାର ବିରାଟ ଫାଟÿ ସୃଷ୍ଟି ହୋଇଛି । ଅନେକ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି । କିଛିବର୍ଷ ତଳୁ କର୍ମୀଙ୍କ ତୁଳନାରେ ନେତାଙ୍କ ମଧ୍ୟରେ ବିବାଦ ବଢିଛି । ୨୦୧୪ ମନ୍ତ୍ରୀମଣ୍ଡଳ ଗଠନ ପରଠାରୁ ଦଳରେ ଅସନ୍ତୋଷ ତୀବ୍ରତର ହୋଇଛି । କେତେକ କନିଷ୍ଠ ଅନଭିଜ୍ଞ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯିବାକୁ ହୁଏତ ବର୍ଦାସ୍ତ କରି ପାରୁ ନଥିଲେ ଅଧିକାଂଶ ବରିଷ୍ଠ ନେତାମାନେ । ସେହିପରି ଦଳକୁ ମଜଭୁତ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିବା ନେତାଙ୍କୁ ଆଡ଼େଇ ଦିଆଯାଇଛି । ଏପରିକି କୌଣସି ଦଳୀୟ ନେତା ନିରପେକ୍ଷ ମତ ମଧ୍ୟ ଦେଇ ପାରୁନଥିବା ଦେଖା ଯାଇଛି । ଏଥିଯୋଗୁ ଦଳ ଭିତରେ ଅସନ୍ତୋଷ ଦାନା ବାନ୍ଧି ଏଥର ଚରମ ରୂପ ନେଇଛି । ଗତ ନିର୍ବାଚନରେ କେତେକ ବରିଷ୍ଠ ନେତାଙ୍କୁ ଦଳୀୟ ପ୍ରାର୍ଥୀତ୍ୱରୁ ବଂଚିତ କରିବା, ଚିଟ୍ଫଣ୍ଡ୍ ଠକେଇ ଓ ଜମି ଜାଲିଆତି ତଥା ବିଭିନ୍ନ ଦୁର୍ନୀତିରେ ତଥାକଥିତ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକଙ୍କ ସଂପୃକ୍ତି ଅଭିଯୋଗ ସାଂପ୍ରତିକ ଅବସ୍ଥାର ମୁଖ୍ୟ କାରଣ ହୋଇଛି । ଅତୀତରେ ଦଳରୁ ଯେତେ ନେତାଙ୍କୁ ବିଦା କରାଯାଇଛି, ସେମାନେ ଦୁର୍ନୀତିଗ୍ରସ୍ତ ବୋଲି କାରଣ ଦର୍ଶା ଯାଇଥିଲା । ଅନ୍ୟପକ୍ଷରେ ଯେଉଁ ନେତାମାନେ ଦୁର୍ନୀତିରେ ସଂପୃକ୍ତ ଥିବା ଏକପ୍ରକାରେ ପ୍ରମାଣିତ ହୋଇ ସାରିଛି, ସେମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖା ଯାଇଛି ।
ତେବେ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କର ରାଜନୈତିକ କାର୍ଯ୍ୟକଳାପ, ପଦକ୍ଷେପ ଆଦି ଦଳ ପାଇଁ, ସରକାର ପାଇଁ ଓ ରାଜ୍ୟବାସୀଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ହାଟ ବଜାରରେ ଚର୍ଚ୍ଚା ଚାଲିଲାଣି । ଶାସକ ଦଳ ଓ ପ୍ରଶାସନର କେତେକ ନିଷ୍ପତି ଉଦେ୍ଦଶ୍ୟ ପ୍ରଣୋଦିତ ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ବିଭାଗ ସହିତ ଖଣି, ପାଣି, ଚିଟ୍ଫଣ୍ଡ୍, ଜମି, ଡ଼ାଲି, ନରେଗା, ବିହନ ଆଦି ଦୁର୍ନୀତି ସାଧାରଣ ଘଟଣାରେ ପରିଣତ ହୋଇଛି । ଖଣି, ଚିଟ୍ଫଣ୍ଡ୍ ଓ ଜମି ମହାଦୁର୍ନୀତିର ମହାନାୟକ ମାନେ କିପରି ଓ କାହିଁକି ଖସିଗଲେ, ସେଥିପାଇଁ ମୁଖ୍ୟମନ୍ତ୍ରୀ କ’ଣ ରାଜ୍ୟବାସୀଙ୍କ ପାଖରେ ଉତରଦାୟୀ ନୁହନ୍ତି?