26.8 C
New York
Wednesday, August 5, 2026

Buy now

spot_img

ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ

ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଶ୍ରୀଜିଉଙ୍କ ବନକଲାଗି ରୀତି ସମ୍ପାଦିତ ହେବ। ସେଥିପାଇଁ ପ୍ରାୟ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ଶ୍ରଦ୍ଧାଳୁମାନଙ୍କ ପାଇଁ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ସନ୍ଧ୍ୟା ୬.୩୦ ରୁ ରାତି ୧୧ଟା ମଧ୍ୟରେ ବନକଲାଗି ନୀତି ସମ୍ପାଦିତ ହେବ। ଏହି ସମୟ ମଧ୍ୟରେ, ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରାବଣ ମାସର କୃଷ୍ଣ ସପ୍ତମୀରେ ବନକଲାଗି ରୀତି ସମ୍ପାଦିତ ହେବ।ଏହା ଏକ ଗୁପ୍ତ ବିଧି। ଦ୍ୱିପହର ଧୂପ ପରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରି ଏହି ବିଧି ସମ୍ପାଦିତ ହୋଇଥାଏ।ଏହି ନୀତି ଦତ୍ତ ମହାପାତ୍ର ସେବକ ଏବଂ ଖଡିପ୍ରସାଦ ଦଇତାପତି ସେବକମାନେ କରିଥାନ୍ତି। ସେମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ରଙ୍ଗ ପ୍ରସ୍ତୁତ କରି ଦେବତାମାନଙ୍କ ମୁହଁରେ ଲଗାଇଥାନ୍ତି। ରଙ୍ଗରେ କସ୍ତୁରୀ, କେଶର  ଅତର, ଆଦି କରାଯାଇଥଏ। ବଜାରରେ ଉପଲବ୍ଧ ରଙ୍ଗ ମନ୍ଦିରରେ ବ୍ୟବହାର କରାଯାଏ ନାହିଁ। ଶ୍ରୀଜିଉଙ୍କର କରାଯାଉଥିବା ଶୃଙ୍ଗାରକୁ ମନ୍ଦିର ଭାଷାରେ ‘ବନକଲାଗି’ କୁହାଯାଇଥାଏ।

ବନକ ଲାଗି ନୀତିରେ ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନରେ ଚଢ଼ି ଶ୍ରୀମୁଖ ଶୃଙ୍ଗାର କରନ୍ତି। ଖଡିପ୍ରସାଦ ଦଇତାପତି ସେବକମାନେ ସହାୟତା କରିଥାନ୍ତି। 

Related Articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest Articles